ଶିଶୁ ବିଷ୍ଣୁ ପେଣ୍ଠିଆଙ୍କ ପାଇଁ ନବୀନ ଭଗବାନ

(ସତ୍ୟପାଠ ବ୍ୟୁରୋ) କୋରାପୁଟ ଜିଲ୍ଲାର ୫ବର୍ଷର ଶିଶୁ ବିଷ୍ଣୁ ପେଣ୍ଠିଆଙ୍କୁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ କୁନି ପିଲାର ଗୋଡରେ ବଢିଥିବା ମାଂସ ପିଣ୍ଡୁଳାର ଚିକିତ୍ସା ପାଇଁ ତାଙ୍କୁ SCBରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଜୟପୁରସ୍ଥିତ ଲାଠିଗୁଡା ଗାଁରେ ରୁହନ୍ତି ନକୁଳ ପେଣ୍ଠିଆଙ୍କ ପରିବାର । ନିଜର ତିନି ଛୋଟ ପିଲା ଓ ପତ୍ନୀଙ୍କୁ ନେଇ ପାଞ୍ଚ ପ୍ରାଣୀ କୁଟୁମ୍ବ । ନକୁଳ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କର ବଡ ପୁଅ ବିଷ୍ଣୁ ଗୋଡ଼ରେ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବଢୁଥିଲା । ଯାହା ନକୁଳଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ପରି ହୋଇଥିଲା ।

ଗୋଟିଏ ପକ୍ଷରେ ଆର୍ଥିକ ସ୍ଥିତି ଭଲ ନଥିଲା ବେଳେ ଅନ୍ୟପଟେ ପୁଅର ଏହି ଦୁର୍ଦ୍ଦଶା ନକୁଳଙ୍କ ଚିନ୍ତାକୁ ଦ୍ୱିଗୁଣିତ କରୁଥିଲା । ପାଖରେ ଅର୍ଥ ନଥାଇ ମଧ୍ୟ ସେ ବୋରିଗୁମ୍ମା, ଜୟପୁର, କୋରାପୁଟ ମେଡ଼ିକାଲରେ ପୁଅକୁ ଦେଖାଇଥିଲେ । ସେଠାରେ ଡାକ୍ତରମାନେ ବିଷ୍ଣୁଙ୍କର ଚିକିତ୍ସା କଟକ ବଡ଼ ମେଡିକାଲ କିମ୍ବା ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲରେ କରିବା ପାଇଁ ପରାମର୍ଶ ଦେଇଥିଲେ ।

ନକୁଳଙ୍କ ଏହି ଦୁଃଖଦ କାହାଣୀ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଷ୍ଣୁଙ୍କ ଚିକିତ୍ସା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ‘ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’, ଜୟପୁରର ଅଧିକାରୀମାନେ ଲାଠିଗୁଡ଼ା ଗାଁକୁ ଯାଇ ବିଷ୍ଣୁଙ୍କ ବାପା, ମାଆଙ୍କ ସହ ଆଲୋଚନା କରି ତାଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ବୋରିଗୁମ୍ମା ହସ୍ପିଟାଲ ନେଇଥିଲେ । ପରେ କୋରାପୁଟ ମେଡ଼ିକାଲରେ ଆବଶ୍ୟକୀୟ ପରୀକ୍ଷା ପରେ ଏକ ଆମ୍ବୁଲାନ୍ସରେ ବିଷ୍ଣୁଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଛି । କଟକ ବଡ଼ ମେଡିକାଲରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ପଠାଯାଇଛି ।

Related Posts