ପୋଲାଭରମ୍ ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ସତ୍ୟପାଠ ବ୍ୟୁରୋ : ପୋଲାଭରମ୍ ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଚାରଧୀନ ମାମଲା ଓ ବିଭିନ୍ନ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତୁରନ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ମତ ନନେଇ ବିଭିନ୍ନ ସମୟରେ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ।

ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଦୁଇ ବର୍ଷ ପାଇଁ ପୁଣିଥରେ କାର୍ଯ୍ୟବନ୍ଦ ନିର୍ଦ୍ଦେଶକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସ୍ଥଗିତ ରଖିଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାର ପ୍ରଭାବିତ ଅଂଚଳରେ ଜନଶୁଣାଣି ନକରି ୨୦୦୫ରେ ପ୍ରକଳ୍ପ ପାଇଁ ପରିବେଶ ମଂଜୁରୀ ଦିଆଯାଇଥିଲା । ସେହିପରି ପ୍ରକଳ୍ପର ଡିଜାଇନ୍ ପରିବର୍ତନ ନିଷ୍ପତି ଜନଶୁଣାଣି ପରେ ନିଆଯିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏପର୍ଯ୍ୟନ୍ତ ଓଡ଼ିଶାରେ ଜନଶୁଣାଣି ହୋଇନାହିଁ ।

ପୋଲାଭରମ ପ୍ରକଳ୍ପ ବନ୍ଦ ନହେଲେ, ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଗାଁ ଜଳମଗ୍ନ ହୋଇଯିବ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏଥିରେ ହସ୍ତକ୍ଷେପ ଲୋଡିଛନ୍ତି ନବୀନ ।

Related Posts