୧୦ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ପାଖାପାଖି ରହୁଛି । ସରକାରଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ମୁତାବକ, ରାଜ୍ୟରେ ୯,୮୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୯୮୮୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୬୧୧ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୪୨୭୮ଟି ଲୋକାଲ୍ କେସ୍‌ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ସର୍ବାଧିକ ୭୯୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରୁ ୪୮୩, ସମ୍ବଲପୁରରୁ ୪୭୦, ଅନୁଗୋଳରୁ ୪୪୩, କଳାହାଣ୍ଡିରୁ ୪୧୪, ପୁରୀରୁ ୪୩୬, ଝାରସୁଗୁଡ଼ାରୁ ୩୮୬, ନୂଆପଡ଼ାରୁ ୩୩୫, ବଲାଙ୍ଗିରରୁ ୩୨୬, ଯାଜପୁରରୁ ୨୮୨, ମୟୂରଭଞ୍ଜରୁ ୨୪୩ ଓ ନୟାଗଡ଼ ଜିଲ୍ଲାରୁ ୨୨୩ ଜଣ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାରୁ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁବର୍ଣ୍ଣପୁରରୁ ୧୫୮, ଜଗତସିଂହପୁରରୁ ୧୫୬, ବାଲେଶ୍ୱରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୩, ବୌଦ୍ଧ ଓ ରାୟଗଡ଼ାରୁ ୧୨୯ ଲେଖାଏଁ, ଗଜପତିରୁ ୧୧୭, କୋରାପୁଟରୁ ୯୪, ମାଲକାନଗିରିରୁ ୮୬, ଦେବଗଡ଼ରୁ ୭୫, କନ୍ଧମାଳ ଓ ଭଦ୍ରକରୁ ୫୨ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି। ୯୮୮୯ଟି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧ରେ ପହଞ୍ଚିଛି। ଏବେ ସୁଦ୍ଧା ୪ ଲକ୍ଷ ୧୦ ହଜାର ୨୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୭ ହଜାର ୨୫୭ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଏପଟେ ଗତ ୨୪ ଘଣ୍ଟା ଭିତରେ ୧୬ଜଣ ସଂକ୍ରମିତଙ୍କର ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୦୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ମୃତ ୧୬ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ , ଗଜପତି ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ସୁନ୍ଦରଗଡ ଓ ରାୟଗଡାର ୨ ଜଣ ଲେଖାଏଁ ଏବଂ ପୁରୀ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୪କୁ ବୃଦ୍ଧି ପାଇଛି। ଏଯାବତ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି। ତେବେ ଗଜପତିରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫ରେ ପହଞ୍ଚିଥିବା ବେଳେ କଳାହାଣ୍ଡିରେ ୪୬, ପୁରୀରେ ୧୨୮, ରାୟଗଡ଼ାରେ ୬୯, ସମ୍ବଳପୁରରେ ୮୨ ଓ ସୁନ୍ଦରଗଡ଼ରେ ୨୦୦ ହୋଇଛି। ସୂଚନାଯୋଗ୍ୟ, ଏପ୍ରିଲ ୩୦ ତାରିଖରେ ରାଜ୍ୟରେ ୧୦,୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିଦିନ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୧୦ ହଜାର ପାର ହୋଇଥିଲା।

Related Posts