ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବେନଶ୍ୱରରେ ଖଣ୍ଡାରେ ଜନ୍ମଦିନ କେକ କାଟିବା ମାମଲାରେ ପୋଲିସର ଆକ୍ସନ । ଘଟଣାରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ନୟାପଲ୍ଲୀ ଥାନା ପୋଲିସ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ।
ସୂଚନା ଅନୁସାରେ, ସୋସିଆଲ ମିଡ଼ିଆରେ ନିଜର ଦାଦାଗିରି ଜାହିର୍ କରିବାକୁ ଏମିତି ଉଦ୍ୟମ କରିଥିଲେ କିଛି ଯୁବକ ।ନୟାପଲ୍ଲୀ ଅଞ୍ଚଳରେ ଗୋଟିଏ ଧଳା ରଙ୍ଗର କାରର ସାମ୍ନା ବର୍ନେଟ ଉପରେ କେକ୍ ରଖି ସେହି କେକକୁ ଖଣ୍ଡାରେ ଜଣେ ଯୁବକ କାଟୁଛନ୍ତି। ସେଠାରେ ରୁଣ୍ଡ ହୋଇଥିବା ୧୫ରୁ ୨୦ ଜଣ ଯୁବକ ତାଳି ମାରି ହାପି ବାର୍ଥ ଡେ’ ହାପି ବାର୍ଥ ଡେ’ କହୁଥିବା ଦେଖିବାକୁ ମିଳିଛି। ସମସ୍ତେ ସମ ବୟସ୍କ ପରି ମନେ ହେଉଛି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଭିଡ଼ିଓ ଆଧାରରେ ତଦନ୍ତ କରି ପୋଲିସ ୫ ଜଣଙ୍କୁ ଗିରଫ କରିଛି।





