ନିଟ୍‌ରେ ବ୍ୟାପକ ଦୁର୍ନୀତି: ଗୋଟିଏ ସିଟ୍‌ ୨୦ ଲକ୍ଷ ଟଙ୍କାରେ ବିକ୍ରି

ନୂଆଦିଲ୍ଲୀ: ମେଡିକାଲ କଲେରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍‌ରେ ବ୍ୟାପକ ଦୁର୍ନୀତି ହୋଇଛି । ଯାହାର ତଥ୍ୟ ଏବେ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ମେଡିକାଲ କଲେଜରେ ଆଡମିସନ ପାଇଁ ଆଶାୟୀଙ୍କୁ ଦେବାକୁ ପଡ଼ିଛି ଲକ୍ଷାଧିକ ଟଙ୍କା। ବିନା ପରୀକ୍ଷାରେ ଦଲାଲ ମାନେ ଆଶାୟୀଙ୍କୁ ଗୋଟିଏ ଗୋଟିଏ ସିଟ୍‌ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ତଦନ୍ତ ବେଳେ ସିବିଆଇ ଏପରି ଚାଞ୍ଚଲ୍ୟକର ତଥ୍ୟ ବିଷୟରେ ଜାଣିବାକୁ ପାଇଛି।

ସିବିଆଇ ସୋମବାର ନିଟ୍‌ ପରୀକ୍ଷା ହୋଇଥିବା ଦୁର୍ନୀତି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା। ଏବେ ସିବିଆଇ ୫ ରାଜ୍ୟରେ ଆଶାୟୀଙ୍କ ଠାରୁ ଟଙ୍କା ନେଇ ମେଡିକାଲ ସିଟ୍‌ ଯୋଗାଇ ଦେବାର କାମ କରୁଥିବା ଗୋଟିଏ ରାକେଟ ବିଷୟରେ ଜାଣିବାକୁ ପାଇଛି। ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ରାକେଟର ସଦସ୍ୟମାନେ ଆଶାୟୀଙ୍କ ସହ ଗୋଟିଏ ଗୋଟିଏ ମେଡିକାଲ ସିଟ୍‌ ପାଇଁ ୨୦ ଲକ୍ଷ ଟଙ୍କାର ଡିଲ କରୁଥିଲେ। ଏହା ମଧ୍ୟରୁ ଜାଲ ପରୀକ୍ଷାର୍ଥୀ ସାଜି ନିଟ୍‌ ପ୍ରଶ୍ନ ପତ୍ରର ସମ୍ମୁଖୀନ ହେଉଥିବା ପିଲା ୫ ଲକ୍ଷ ଟଙ୍କା ନେଉଥିଲେ। ବାକି ଟଙ୍କା ମଧ୍ୟସ୍ଥି ଓ ରାକେଟରେ ଥିବା ଅନ୍ୟ ସଦସ୍ୟମାନେ ଭାଗବାଣ୍ଟି ନେଉଥିଲେ।

ସୋମବାର ସିବିଆଇ ଦିଲ୍ଲୀରେ ନକଲି ପରୀକ୍ଷାର୍ଥୀ ସାଜି ନିଟ ପରୀକ୍ଷାର ପ୍ରଶ୍ନ ପତ୍ରର ସମାଧାନ କରିଥିବା ୬ ଜଣଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଥିଲା। ଏହି ରାକେଟର ମାଷ୍ଟରମାଇଣ୍ଡ ହେଉଛି ସଫଦର୍ଜଙ୍ଗରେ ରହୁଥିବା ସୁନୀଶ ରାଜନ। ତାକୁ ମଧ୍ୟ ପୁଲିସ ଗିରଫ କରିଛି। ସୁଶୀଲ ହିଁ ନକଲି ପରୀକ୍ଷାର୍ଥୀଙ୍କୁ ଯୋଗାଡ଼ କରୁଥିଲା ଓ ଆଶାୟୀଙ୍କ ଠାରୁ ଟଙ୍କା ଗ୍ରହଣ କରୁଥିଲା। ଦିଲ୍ଲୀ ବ୍ୟତୀତ ଏହି ରାକେଟର ସଦସ୍ୟମାନେ ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ହରିଆଣାରେ ମଧ୍ୟ ସକ୍ରିୟ ରହିଛନ୍ତି ।

Related Posts