ପୁଅ ଅଖିଳେଶ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ନେତାଜୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ପୁଅ ଅଖିଳେଶ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ନେତାଜୀ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବେ ପ୍ରତିଟି ଦଳ ପାଇଁ କର ବା ମର ହୋଇଯାଇଛି । ସମାଜବାଦୀ ପାର୍ଟି ସେଠାରେ ପୁଣିଥରେ ସରକାର ଗଢିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ବିଜେପି ସରକାର ବଞ୍ଚେଇ ରଖିବାକୁ ଜୋରଦାର ପ୍ରୟାସ ଜାରି ରଖିଛି । ଏହାରି ଭିତରେ ଆଜି ପୁଅ ଅଖିଳେଶ ଯାଦବ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବାପା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟାମ୍ ସିଂହ ଯାଦବ ।

ପୁଅ ପାଇଁ ପ୍ରଚାର କରି ମୁଲାୟାମ ସିଂହ କହିଛନ୍ତି, ଆଜି ସମସ୍ତଙ୍କ ପାଖକୁ ଆସି ମୋତେ ବହୁତ ଖୁସି ଲାଗୁଛି । ସବୁଠି ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଜନତା ଚାହୁଁଛନ୍ତି ଯେ, ସମାଜବାଦୀ ପାର୍ଟିର ସରକାର ଗଠନ ହେଉ । ସମାଜବାଦୀ ପାର୍ଟିର ସରକାର ଗଠନ ହେଲେ ରୋଜଗାର, ଚାକିରି ମିଳିବ । ସମାଜବାଦୀ ପାର୍ଟି ଯାହା କରେ, ତାହା କରିକି ଦେଖାଏ ବୋଲି ମୁଲାୟାମ କହିଛନ୍ତି ।

Related Posts