କେରଳ ବିଜେପିରେ ନୂଆ ସଙ୍କଟ : ନିର୍ବାଚନ ପୂର୍ବରୁ ଆଦିବାସୀ ନେତାଙ୍କୁ ଦଳରେ ସାମିଲ କରିବାକୁ ହୋଇଥିଲା କୋଟି କୋଟି ଟଙ୍କାର ଡିଲ୍ ! ଭାଇରାଲ୍ ଅଡିଓ ରେ ଖୁଲାସା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏକ ଭାଇରାଲ ଅଡିଓ ଏବେ କେରଳ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି । ରାଜ୍ୟର ଜଣେ ସହଯୋଗୀ ନେତା ଦାବି କରିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଜଣେ ମୁଖ୍ୟ ଆଦିବାସୀ ଚେହେରା ଏନଡିଏରେ ସାମିଲ୍ କରିବା ପାଇଁ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କୁ 10 କୋଟି ଟଙ୍କା ମାଗିଛନ୍ତି। ଏବଂ ଶେଷରେ 10 ଲକ୍ଷ ଟଙ୍କା ନେଇ ଦଳରେ ସାମିଲ ହେବା ପାଇଁ କହୁଥିବା ଜଣା ପଡୁଛି । ଜନତାପତି ରାଷ୍ଟ୍ରୀୟ ସଭା (ଜେଆରଏସ) କୋଷାଧ୍ୟକ୍ଷ ପ୍ରସୀଥା ଅଜିକୋଡେ ଏଭଳି ଗୁରୁତର ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଭାରତୀୟ ଜନତା ପାର୍ଟି କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସୁରେନ୍ଦ୍ରଙ୍କ କାର୍ଯ୍ୟାଳୟ ଗୁରୁବାର ଏକ ବିବୃତ୍ତି ଜାରି କରିବ ବୋଲି ସୂଚନା ମିଳିଛି। ପ୍ରସୀଥା ଏବଂ ସୁରେନ୍ଦ୍ରନଙ୍କ ମଧ୍ୟରେ ହୋଇଥିବା ଏହି ତଥାକଥିତ ଫୋନ୍ କଲ୍ ର ରେକର୍ଡିଂ ଜାରି କରିଛନ୍ତି। ଯାହାକି ଜେଆରଏସ୍ ର ବରିଷ୍ଠ ନେତା ସି କେ ଜାନୁଙ୍କୁ 10 ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡୁଛି। ଏହି ଅଡିଓ ଟେପ୍ ରୁ ଶୁଣିବାକୁ ମିଳୁଛି ଯେ, “ତାଙ୍କୁ (ମାର୍ଚ୍ଚ) ୬ ତାରିଖରେ ଆସିବା ପାଇଁ କୁହନ୍ତୁ। ମୁଁ ଏହାକୁ ବ୍ୟକ୍ତିଗତ ଭାବେ ହସ୍ତାନ୍ତର କରିବି, ଆପଣ ମଧ୍ୟ ଆସନ୍ତୁ… ଏହି ଟଙ୍କା କାରବାର… ନିର୍ବାଚନ ସମୟରେ ଏଠାରୁ ସେଠାକୁ ଯିବା ସମ୍ଭବ ନୁହେଁ,” । ପ୍ରସୀଥା ଦାବି କରିଛନ୍ତି ଯେ ଏହା ହେଉଛି ସୁରେନ୍ଦ୍ରନଙ୍କ ଭ୍ଏସ୍। ତେବେ ଜାନୁ ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ପ୍ରସୀଥାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଛନ୍ତି।
ଏକଦା ରାଜ୍ୟରେ ଆଦିବାସୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଜାନୁ କହିଛନ୍ତି ଯେ ସେ ଏପ୍ରିଲ ୬ ତାରିଖରେ କେରଳରେ ବିଧାନସଭା ନିର୍ବାଚନ ପୂର୍ବରୁ ​​ଏନଡିଏରେ ଯୋଗ ଦେଇଛନ୍ତି। ୨୦୧୮ ରେ ଏନଡିଏ ଛାଡିବା ପୂର୍ବରୁ ଜାନୁ 2016 ରେ JRS ଗଠନ କରି ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ସିପିଆଇ (M) -LDF ରେ ଯୋଗଦେବାକୁ ଚାହୁଁଥିଲେ, କିନ୍ତୁ ଏହା ହୋଇପାରିଲା ନାହିଁ। ଏହି ଅଭିଯୋଗ ଆସିବା ପରେ ଏବେ ବିଜେପି ବ୍ୟାକ୍ ଫୁଟ ରେ ଅଛି। ବିଶେଷ କରି ଏହି ଅଭିଯୋଗ ଏପରି ଏକ ସମୟରେ ଆସିଛି ଯେତେବେଳେ ତ୍ରିସୁରରେ ସାଢେ ତିନି କୋଟି ଟଙ୍କା ରାଜପଥ ଡକାୟତି ଘଟଣାରେ କେରଳ ପୋଲିସ ଯାଞ୍ଚ କରୁଛି । ପୋଲିସ ସନ୍ଦେହ କରୁଛି ଯେ ଏହି ଟଙ୍କା “ଅବୈଧ ନିର୍ବାଚନୀ ପାଣ୍ଠି” ର ଏକ ଅଂଶ। ଅନ୍ୟ ପକ୍ଷରେ ପ୍ରସାରଥ ଏନଡିଏ ରେ ସାମିଲ ହୋଇଥିବା ଜାନୁଙ୍କୁ ତାଙ୍କ ଆର୍ଥିକ ଅନିୟମିତତା ଯାଞ୍ଚର ସମ୍ମୁଖୀନ ହେବାକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ ଜାନୁଙ୍କୁ ନେଇ ପାର୍ଟିରେ ଅଶାନ୍ତି ଦେଖାଦେଇଛି। JRS ନେତାଙ୍କ କହିବାନୁସାରେ, ସୁରେନ୍ଦ୍ରନ୍ ଜଣେ ପ୍ରମୁଖ ଆଦିବାସୀ ନେତା ହୋଇଥିବାରୁ ଜାନୁଙ୍କୁ ଏନଡିଏରେ ସାମିଲ କରିବା ପାଇଁ ଚାହୁଁଥିଲେ। ପ୍ରସୀଥ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ “ ଏନଡିଏ ରେ ସାମିଲ୍ ହେବା ପାଇଁ ଜାନୁ 10 କୋଟି ଟଙ୍କା, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ପଦ ଏବଂ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିକେଟ୍ ମାଗିଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଜାନୁଙ୍କ ସହ ସେ ମଧ୍ୟ ଉପସ୍ଥିତ ଥିଲେ ଯେତେବେଳେ ସେ ମାର୍ଚ୍ଚ ପ୍ରାରମ୍ଭରେ କୋଟାୟାମରେ ସୁରେନ୍ଦ୍ରଙ୍କୁ ଏହି ଦାବି ଉପସ୍ଥାପନ କରିଥିଲେ।’’ ପ୍ରସୀଥାଙ୍କ ସୂଚନା ଅନୁଯାୟୀ, ସେ ମାର୍ଚ୍ଚ 6 ରେ 10 ଲକ୍ଷ ଟଙ୍କା ସଂଗ୍ରହ କରିବାକୁ ଜାନୁଙ୍କ ସହ ଥିରୁଅନନ୍ତପୁରମ୍ ଯାଇଥିଲେ, କିନ୍ତୁ ଟଙ୍କା ହସ୍ତାନ୍ତର କରିବା ସମୟରେ ସେ ଗେଷ୍ଟ ହାଉସରେ ଉପସ୍ଥିତ ନଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାର୍ଚ୍ଚ ୭ ରେ ଥିରୁଅନନ୍ତପୁରମରେ ପହଞ୍ଚି ପରଦିନ ଏକ ପାର୍ଟି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ତେବେ ପ୍ରସୀଥାଙ୍କ ଏହି ଅଭିଯୋଗକୁ ଜାନୁ ଅସ୍ବୀକାର କରିବା ସହ କହିଛନ୍ତି: “ମୋ ପାର୍ଟିର ନେତା ଓ ପ୍ରସୀଥାଙ୍କଅପେକ୍ଷା ବିଜେପି ନେତାଙ୍କ ସହ ମୋର ଅଧିକ ସମ୍ପର୍କ ରହିଛି। ତେବେ, ମୁଁ କାହିଁକି ତୃତୀୟ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବା ? ଟଙ୍କା ନେବା ଘଟଣା ତଦନ୍ତ ପରେ ଏହା ଜଣାପଡିବ। ’’ ତେବେ ଏହି ତଥାକଥିତ ଅଡିଓ କ୍ଲିପ୍‌ରେ
ପ୍ରସୀଥା କହୁଥିବାର ଶୁଣିବାକୁ ମିଳୁଛି ଯେ 10 କୋଟି ଟଙ୍କାର ଦାବି ଅବାସ୍ତବ ଥିଲା ଏବଂ ଜାନୁ କିଛି ଆର୍ଥିକ ସମସ୍ୟାର ସମାଧାନ ପାଇଁ 10 ଲକ୍ଷ ଟଙ୍କା ଚାହୁଁଥିଲେ – ଏବଂ ଯଦି ତାଙ୍କୁ ବିଜେପି ରାଜ୍ୟ ସଭାପତି ସିଧାସଳଖ ଏହି ଟଙ୍କା ପ୍ରଦାନ କରନ୍ତି ତେବେ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

Related Posts