![](https://www.satyapatha.com/wp-content/uploads/2020/08/images.jpg)
କୋରୋନା କଟକଣା ମଧ୍ୟରେ ଖୋଲିବ ଆରଟିଓ କାର୍ଯ୍ୟାଳୟ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି ।
ଯେଉଁମାନେ ଡ୍ରାଇଭିଂ ଲାଇସେନ୍ସରେ ରିନିୱାଲ ,ଠିକଣା ପରିବର୍ତ୍ତନ,ଡୁପ୍ଲିକେଟ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନରେ ଆବେଦନ କରି ନୂଆ ସ୍ଲଟ ନେଇ ଆରଟିଓ କାର୍ୟ୍ୟାଳୟକୁ ଆସିପାରିବେ । ଯଦି ପୂର୍ବରୁ ଅନଲାଇନରେ ଆବେଦନ କରିନଥିବେ ତେବେ ସେମାନେ ଆରଟିଓ ଅଫିସକୁ ଆସି ପାରିବେ ନାହିଁ । ଆରସି ବୁକ ରେ ମାଲିକାନା ପରିବର୍ତ୍ତନ ନେଇ ଆବେଦନ ମଧ୍ୟ କରିପାରିବେ । ଅନଲାଇନରେ ଆବେଦନ କରି ସ୍ଲଟ ଧରି ଆସିବେ । କୌଣସି ଲୋକ ନୂଆ ଡିଏଲ ଆବେଦନ,ଭେଇକିଲ ଟେଷ୍ଟିଂ ପାଇଁ ଆସିପାରିବେ ନାହିଁ ବୋଲି ଏହି ନୂଆ ଗାଇଡ଼ଲାଇନ ରେ ସ୍ପଷ୍ଟ କରାଯାଇଛି ।
ଏଥିସହ ଆରଟିଓ ଅଫିସକୁ ଆସିବାକୁ ହେଲେ ଲୋକଙ୍କୁ ସାମାଜିକ ଦୂରତା ମାନିବା ସହ ହାତକୁ ସାନିଟାଇଜ କରିବାକୁ ହେବ । ଏଥିସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।