ବିଜୟ କୁମାର ଶର୍ମା ଭାରପ୍ରାପ୍ତ ଡିଜିପି

ସତ୍ୟପାଠ ବ୍ୟୁରୋ :  ପୁଲିସ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିବା ପରେ ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀ  ବିଜୟ କୁମାର ଶର୍ମାଙ୍କୁ  ଭାରପ୍ରାପ୍ତ  ଡିଜି ଭାବେ ଦାୟିତ୍ବ ଦିଆଯାଇଛି | ବି.କେ.ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ସେ ବର୍ତ୍ତମାନ ଅଗ୍ନିଶମ ବିଭାଗର ଡିଜି ଅଛନ୍ତି  | ପୂର୍ବରୁ  ଭୁବନେଶ୍ବର-କଟକ  ପୁଲିସ କମିଶନର ଥିବା ବି.କେ ଶର୍ମାଙ୍କ ଉପରେ ରାଜ୍ୟ ସରକାର ଆସ୍ଥା ପ୍ରକଟ କରିଛନ୍ତି |

ସୂଚନା ଥାଉ କି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ମଙ୍ଗଳବାର ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା । ଏ ସଂକ୍ରାନ୍ତ ଫାଇଲକୁ ରାଜ୍ୟପାଳ ଅନୁେମାଦନ କରିବା ପରେ ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିସହିତ ଡାକ୍ତର ଶର୍ମା ମଙ୍ଗଳବାରଠାରୁ ସରକାରୀ ଚାକିରିରୁ ସ୍ଵେଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି।

Related Posts