ଦୀର୍ଘ ପାଞ୍ଚ ମାସ ଧରି ରାଜ୍ୟପାଳ ଶାସନରେ ରହିବା ପରେ ଜମ୍ମୁ- କଶ୍ମୀରରେ ନୂଆ ସରକାର ଗଠନ ନେଇ ବାଟ ଖୋଲିଛି । ଜମ୍ମୁ- କଶ୍ମୀରରେ ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି), ନ୍ୟାସନାଲ କନଫରେନ୍ସ (ଏନ୍ସି) ଏବଂ କଂଗ୍ରେସ ମିଳିତ ମେଣ୍ଟ କରି ସରକାର ଗଠନ କରିପାରନ୍ତି । ପିଡିପିର ବରିଷ୍ଠ ନେତା ଅଲ୍ତାଫ୍ ବୁଖାରୀ ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇଛି ।
୮୭ ସଦସ୍ୟ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭାରେ ଏବେ ପିଡିପିର ୨୮, ଏନ୍ସିର ୧୫ ଓ କଂଗ୍ରେସର ୧୨ ଜଣ ନିର୍ବାଚିତ ବିଧାୟକ ଅଛନ୍ତି । ତିନି ଦଳର ମୋଟ ବିଧାୟକଙ୍କ ସଂଖ୍ୟା 55 ହେବ, ଯାହା ସରକାର ଗଠନ କରିବାକୁ ପର୍ଯ୍ୟାପ୍ତ ସଂଖ୍ୟା ।
ପୂର୍ବରୁ ବିଜେପି ଓ ପିଡିପି ମେଣ୍ଟ ଜମ୍ମୁ- କଶ୍କୀରରେ ମିଳିତ ସରକାର ଗଠନ କରିଥିଲେ । ତେବେ ବିଜେପି ମିଳିତ ସରକାରରୁ ଓହରି ଯିବା ଫଳରେ ସରକାର ଭାଙ୍ଗି ଯାଇଥିଲା । ଏବଂ ତା ପରଠାରୁ ଜମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଜାରି ରହିଛି ।