#ମି ଠୁ : ବଢ଼ିଲା ଅଭିନେତା ଆଲୋକ ନାଥଙ୍କ ଅଡୁଆ, ମୁମ୍ବାଇ ପୁଲିସ୍‌ ରୁଜୁ କଲା ଦୁଷ୍କର୍ମ ମାମଲା

‘ମି-ଠୁ’ ଅଭିଯାନରେ ବିବାଦୀୟ ହୋଇଥିବା ଟିଭି ଓ ବଲିଉଡ୍‌ ଦୁନିଆର ଭେଟେରାନ୍‌ ଅଭିନେତା ଆଲୋକ ନାଥଙ୍କ ପାଇଁ ବଢ଼ିଛି ଅଡୁଆ । ବୁଧବାର ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ । ସ୍କ୍ରିନ୍‌ ରାଇଟର ବିନ୍‌ତା ନନ୍ଦାଙ୍କ ଅଭିଯୋଗ ଆଧାରରେ ପୁଲିସ ଆଲୋକ ନାଥଙ୍କ ବିରୋଧରେ ମାମଲା ରୁଜୁ କରିଛି ।

୨୦ବର୍ଷ ପୂର୍ବେ ଆଲୋକ ନାଥ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଗତ ଅକ୍ଟୋବର ୮ ତାରିଖରେ ସୋସିଆଲ ନେଟ୍‌ୱର୍କିଂ ସାଇଟ୍‌ ଫେସ୍‌ବୁକ୍‌ ମାଧ୍ୟମରେ ଖୁଲାସା କରିଥିଲେ ବିନ୍‌ତା ନନ୍ଦା ।

ଏହାପରେ ସିନେ ଏଣ୍ଡ୍‌ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌ (ସିନଟା) ପକ୍ଷରୁ ଆଲୋକ ନାଥଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ଆଲୋକ ନାଥ ମଧ୍ୟ ବିନତା ନନ୍ଦାଙ୍କ ବିରୋଧରେ ପାଲଟା ମାନହାନି ମାମଲା ଦାଏର କରିଥିଲେ ।

Related Posts