‘ପାକିସ୍ତାନରୁ ଆସିଥିଲା ଅମୃତସର ବିସ୍ଫୋରଣରେ ବ୍ୟବହୃତ ଗ୍ରେନେଡ୍‌’

୭୨ ଘଣ୍ଟା ମଧ୍ୟରେ ଧରା ପଡ଼ିଲା ମୁଖ୍ୟ ଅଭିଯୁକ୍ତ

ପଞ୍ଜାବ ଅମୃତସରସ୍ଥିତ ନିରଙ୍କାରୀ ମିସନ୍‌ରେ ହୋଇଥିବା ବିସ୍ଫୋରଣ ମାମଲାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଛି । ବୁଧବାର ଏହା କହିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ୭୨ ଘଣ୍ଟା ମଧ୍ୟରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।

ଏହି ମାମଲାରେ ଦୁଇଜଣ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ୨୬ ବର୍ଷୀୟ ବିକ୍ରମଜିତ୍ ସିଂହକୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତ ଅବତାର ସିଂହଙ୍କୁ ଚିହ୍ନଟ କରାଯାଇଛି । ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ । ବିସ୍ଫୋରଣରେ ବ୍ୟବହୃତ ବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।

ଅମରିନ୍ଦର ଆହୁରି କହିଛନ୍ତି ଯେ ଏହା ସାଂପ୍ରଦାୟିକ ନୁହେଁ, ଆତଙ୍କବାଦ ମାମଲା । ଆଇଏସ୍‌ଆଇ ହେଉଛି ଏହାର ମାଷ୍ଟରମାଇଣ୍ଡ । ବିସ୍ଫୋରଣରେ ବ୍ୟବହୃତ ଗ୍ରେନେଡ୍‌ ବି ପାକିସ୍ତାନରେ ତିଆରି ହୋଇଥିବାର ପ୍ରମାଣ ମିଳିଛି । ଅମୃତସର ଆକ୍ରମଣରେ ୩ ଜଣଙ୍କର ପ୍ରାଣହାନି ଘଟିଥିଲା, ୨୦ ଜଣ ଆହତ ହୋଇଥିଲେ ।

Related Posts