ଉମରକୋଟ ନିଖୋଜ ଘଟଣାରେ ନୂଆ ମୋଡ଼: ରାସ୍ତାକଡ କୂଅ ଭିତରୁ ଉଦ୍ଧାର ହେଲା କାର୍ ଓ ୪ଜଣଙ୍କ ମୃତ ଦେହ

ଭୁବନେଶ୍ୱର,୧୨/୧୨(ସତ୍ୟପାଠ ବ୍ୟୁରୋ): ଉମରକୋଟରେ ବାହାଘର ଭୋଜି ଖାଇ ଫେରିବା ବେଳେ ୪ ନିଖୋଜ ଘଟଣାରେ ନୂଆ ମୋଡ଼ । ରାସ୍ତା କଡରେ ଥିବା କୂଅ ଭିତରୁ ମିଳିଥିବା କାର୍ ଭିତରୁ ମିଳିଲା ନିଖୋଜଙ୍କ ୪ଜଣଙ୍କ ମୃତଦେହ । ତେବେ ଛତିଶଗଡରୁ ଏକ ବାହାଘର ଭୋଜି ଖାଇ ଫେରିବା ବେଳେ ଅପହରଣର ଶିକାର ହୋଇଥିବା ଅଭିଯୋଗର ଏପରି ମର୍ମନ୍ତୁଦ ପରିଣତି ସାମ୍ନାକୁ ଆସିଛି । ଶନିବାର ରାତି ୧୦ଟା ସମୟରେ ଛତିଶଗଡରୁ ଏକ ବାହାରଘର ଭୋଜି ଖାଇ ଘରକୁ ଫେରୁଥିଲେ ୨ ଦମ୍ପତି । ହେଲେ ତା ପରଠାରୁ ସେମାନଙ୍କର ଖୋଜଖବର ନ ଥିଲା ।ପରିାବର ଲୋକେ ଏ ନେଇ ଅପହରଣ ମାମଲା ଦାଏର କରିଥିଲେ । ଆଜି ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ବିବାହ ଉତ୍ସବରେ ଯୋଗଦେବାକୁ ମାରୁତି ସୁଜୁକି ସୁଇଫ୍ଟ ଡିଜାଇର କାରରେ ଯାଇଥିଲେ ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ ସୁପରଭାଇଜର ସପନ ସରକାରଙ୍କ ପରିବାର । କାରରେ ଥିଲେ ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ଶାଳକଙ୍କ ପତ୍ନୀ। ଶନିବାର ଭୋଜି ଖାଇ ଛତିଶଗଡ଼ କାଙ୍କେରର କୋଣ୍ଡାଗାଁରୁ କାର୍‌ରେ ଫେରୁଥିଲେ । ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଫୋନ୍ ଲଗାଇଥିଲେ। ଏହାପରେ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା। ତେଣୁ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ । ଏ ନେଇ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏ ନେଇ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ସକାଳେ ପୋଲିସ କାର୍‌ଟିକୁ ରାସ୍ତାକଡ଼ କୂଅ ଭିତରୁ ଠାବ କରିଥିଲା ।

Related Posts