ନୀରଜ ଚୋପ୍ରା ହେଲେ ଅସୁସ୍ଥ: ସ୍ୱାଗତ କାର୍ଯ୍ୟକ୍ରମରୁ ସିଧାଗଲେ ହସ୍ପିଟାଲ

niraj chopra

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି। ପଦକ ଜିତିବାର ଦଶ ଦିନ ପରେ ନୀରଜ ଚୋପ୍ରା ପାନିପଥ ପହଁଞ୍ଚିଥିଲେ । ତେଣୁ ତାଙ୍କୁ ସମାଲଖାର ହଲଦାନା ସୀମାରୁ ଖଣ୍ଡରା ଗାଁ ପର୍ଯ୍ୟନ୍ତ ରାଲି କରି ସ୍ୱାଗତ କରାଯାଇଥିଲା । ହେଲେ ଖଣ୍ଡରା ହେଉଥିବା ସ୍ୱାଗତ କାର୍ଯ୍ୟକ୍ରମରୁ ନୀରଜଙ୍କୁ ମଞ୍ଚ ପଛପଟୁ ହସ୍ପିଟାଲ ନେବାର ଦେଖାବା ପାଇଁ ମିଳିଥିଲା । ମିଳିଥିବା ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ପରିବାର ଲୋକ ନୀରଜଙ୍କୁ ଡାକ୍ତରଖାନା ନେଇଛନ୍ତି।

କେଉଁ ଡାକ୍ତରଖାନାକୁ ନିଆଯାଇଥିଲା, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅପରିପକ୍ଷେ ନୀରଜଙ୍କୁ ୩ ଦିନ ଜ୍ୱର ଲାଗିଥିଲା, କିନ୍ତୁ ତାଙ୍କର କୋଭିଡ -୧୯ ରିପୋର୍ଟ ନେଗେଟିଭ ଆସିଥିଲା । ଏହା ସହ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଜନସମାଗମ ହେତୁ କାର୍ଯ୍ୟକ୍ରମକୁ ଶୀଘ୍ର ବନ୍ଦ କରାଯାଇଥିଲା । ଅନ୍ୟପଟେ ଅସୁସ୍ଥତା ହେତୁ ସେ ହରିୟାଣା ସରକାରଙ୍କ ସମ୍ମାନ ସମାରୋହରେ ଭାଗ ନେଇପାରିନଥିଲେ। ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କର ଉଚ୍ଚ ଜ୍ୱର ଏବଂ ଗଳା ଯନ୍ତ୍ରଣା ହୋଇଥିଲା । ହେଲେ ଆଶ୍ୱସ୍ତିର ବିଷୟ ଯେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ତେଣୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି କାର୍ଯ୍ୟକ୍ରମ ସହିତ ଜଡିତ ଥିଲେ।

Related Posts