ଟୋକିଓ ଅଲିମ୍ପିକ୍ସ : ଆଥଲେଟିକ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ସବୁଠାରୁ ବଡ଼ ଖୁସି ଖବର। ଟୋକିଓ ଅଲିମ୍ପିକ୍ସ ଆଥଲେଟ୍ ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା । ଆଜି ଟୋକିଓ ଅଲିମ୍ପିକ୍ସର ୧୬ ତମ ଦିନରେ ଜାଭଲିନ୍ ଥ୍ରୋର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଆଉ ଏହି ମ୍ୟାଚ୍ କୁ ସବୁ ଭାରତୀୟ ଉତ୍କଣ୍ଠାର ସହ ଚାହିଁ ରହିଥିଲେ ।କାରଣ ଆଶା ଥିଲା ଗୋଲ୍ଡ୍ ମେଡାଲ। ଆଉ ଭାରତର ଏହି ସ୍ବପ୍ନ ସାକାର କରିଛନ୍ତି ନୀରଜ ଚୋପ୍ରା ।

ସ୍ବାଧୀନତା ପରେ ଅଲିମ୍ପିକ୍ସରେ ଯାହା କେହି କରିନଥିଲେ ,ସେକଥା ଆଥଲେଟ ନୀରଜ ଚୋପ୍ରା କରି ଦେଖାଇଛନ୍ତି। ସେ ଆଜି ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜ ଆଜି ପ୍ରଥମ ପ୍ରୟାସରୁ ହିଁ ଦମ ଦେଖାଇଥିଲେ। ପ୍ରଥମେ ସେ ୮୭.୦୩ ମିଟିର ଜାଭେଲିନକୁ ମିଟର ଥ୍ରୋ କରିଥିଲେ ।  ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ରେକର୍ଡ ୮୭.୫୮ ମିଟିର ଦୂରତାକୁ ଜାଭେଲିନ ଫୋପାଡ଼ି ସ୍ୱର୍ଣ୍ଣ ପଦକ ପକ୍କା କରି ନେଇଥିଲେ। ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ବ୍ୟକ୍ତିଗତ ପ୍ରତିଯାେଗିତାରେ ନୀରଜ ଚୋପ୍ରା ଗୋଲ୍ଡ ଜିତି ରେକର୍ଡ କରିଛନ୍ତି।

ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟ ଖେଳାଳି ଟୋକିଓରେ ରୌପ୍ୟ କିମ୍ବା ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ । ନୀରଜ ଟୋକିଓରେ ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ରଚିଛନ୍ତି । 

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଭାରତୀୟ ରେସଲର ଦୀପକ ପୁନିଆ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଭାରତ ୨୦୧୨ରେ ୬ଟି ପଦକ ଜିତିଥିବା ବେଳେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ୭ଟି ପଦକ ଜିତି ଇତିହାସ ସୃଷ୍ଟି କରିଛି। 

Related Posts