ତୁଟିବ ମହାନଦୀ ଜଳ ବିବାଦ ! ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ନିରଞ୍ଜନଙ୍କ ଆଲୋଚନା

ମହାନଦୀ ଜଳ ବିବାଦ ସମାଧାନ ନେଇ ଆଶ୍ବସନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଛତିଶଗଡ଼ର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନିରଞ୍ଜନ । ମହାନଦୀ ଜଳକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦ ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ନିରଞ୍ଜନ..

କହିଛନ୍ତି ମହାନଦୀ ବିବାଦର ସମାଧାନ ନେଇ ଛତିଛଗଡ଼ ମୁଖ୍ୟମନ୍ତ୍ରୀ ସକରାତ୍ମକ ମନୋଭାବ ଦେଖାଇଛନ୍ତି । ଖୁବଶୀଘ୍ର କଂଗ୍ରେସର ଏକ ପ୍ରତିନିଧି ଛତିଶଗଡ଼ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ବଘେଲଙ୍କ ସହ ଆଲୋଚନା କରିବେ । ନିରଞ୍ଜନଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡ଼ି ଓ ବିଜେପି ।

ବିଜେଡ଼ି କହିଛି, କଥା ନୁହେଁ କାମରେ କରି ଦେଖାଇବା ଦରକାର । ସେହପିର ବିଜେପି କହିଛି, ଟ୍ରିବ୍ୟୁନାଲରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ସତ୍ୟପାଠ ଦାଖଲ କଲେ, ତାଙ୍କ କଥାରେ ସତ୍ୟତା ଅଛି ବୋଲି ଜଣା ପଡ଼ିବ ।

Related Posts