ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି, ସେ କେବଳ ବିରୋଧୀଙ୍କୁ ଏକଜୁଟ କରୁଛନ୍ତି: ଜେଡିୟୁ ସଭାପତି ଲଲନ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଦୀର୍ଘଦିନ ହେଲା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ବିହାରରେ ବିଜେପି ହାତ ଛାଡ଼ି ନୂଆ ସରକାର ଗଠନ କରିବା ପରେ ଏହି ଚର୍ଚ୍ଚା ଆହୁରି ଅଧିକ ହେଉଛି। ମାତ୍ର ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଜେଡିୟୁ ଜାତୀୟ ସଭାପତି ଲଲନ ସିଂ। ସେ କହିଛନ୍ତି, ଆମ ଦଳର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ।ନୀତୀଶ କୁମାର କେବଳ ବିରୋଧୀ ମାନଙ୍କୁ ଏକଜୁଟ କରୁଛନ୍ତି। ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି। ଏହାକୁ ନେଇ ଅଧିକ ଆଲୋଚନା କରିବା ଆଦୌ ଉଚିତ ନୁହେଁ। ନୀତୀଶ କୁମାର ସମଗ୍ର ଦେଶର ବିରୋଧୀ ଦଳଗୁଡ଼ିକୁ ଗୋଟିଏ ମଞ୍ଚରେ ଆଣିବାକୁ ଚେଷ୍ଟା କରିବେ। ସମସ୍ତ ବିରୋଧୀ ଦଳ ଏହା ଉପରେ ଏକାଠି ବସି ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ, ନାଟକୀୟ ଢଙ୍ଗରେ ଭାଜପାର ହାତ ଛାଡି ଆରଜେଡି ସହ ମେଣ୍ଟ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଥିବାରୁ ଭାଜପା ସହ ମେଣ୍ଟ ଭାଙ୍ଗିଥିବା ଚର୍ଚ୍ଚା ହୋଇଥିଲା। ଏନେଇ ନୀତୀଶ କୁମାର ମଧ୍ୟ ନିଜ ମତ ରଖିସାରିଛନ୍ତି। ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଭାବନା ତାଙ୍କ ମୁଣ୍ଡରେ ନାହିଁ ବୋଲି ସେ ପୂର୍ବରୁ ସ୍ପଷ୍ଟ କରିଛନ୍ତି। କିନ୍ତୁ ଭାଜପା ବିରୋଧରେ ସବୁ ବିରୋଧୀଙ୍କୁ ଏକାଠି କରିବା ପାଇଁ ସେ କାମ କରିବେ ବୋଲି କହିଛନ୍ତି।

Related Posts