ଓଡିଶାର ନଂ ୧ ରେଲୱେ କ୍ୟାଣ୍ଟିନ କେଉଁଠି ଜାଣନ୍ତୁ

ଇତିହାସ କେବଳ ରାଜା ରାଜୁଡା ବା ଶହଶହ ବର୍ଷର ପୁରୁଣା ଘଟଣାବଳୀର ଲେଖାଯୋଖା ବିବରଣୀ ବା ଟିପ୍ପଣୀ ନୁହେଁ । ଦୈନନ୍ଦିନ ଜୀବନର ଉଲ୍ଲେଖନୀୟ ଘଟଣା ମଧ୍ୟ ଆସନ୍ତା କାଲିର ଇତିହାସ । ଏହିକ୍ରମରେ ସତ୍ୟପାଠ ଇତିହାସର ଚଳିତ ଉପକଥା ଏକ ସୁନ୍ଦର ତଥା ସ୍ୱାଦିଷ୍ଟ ଘଟଣାକୁ ନେଇ ।

ରେଲୱେ କ୍ୟାଣ୍ଟିନ ବା ପ୍ଲାଟଫର୍ମରେ ବିକ୍ରି ହେଉଥିବା ଖାଇବା କଥା ଶୁଣିଲେ ପ୍ରାୟ ସମସ୍ତେ ନାକ ଟେକିବେ, ହେଲେ ଓଡିଶାର ସବୁଠୁ ସୁନ୍ଦର, ସ୍ୱଚ୍ଛ ଏବଂ ସ୍ୱାଦିଷ୍ଟ ଖାଦ୍ୟ ପରଖୁ ଥିବା କ୍ୟାଣ୍ଟିନ କେଉଁଠି ଥିବ ? ନିଶ୍ଚିତ ଭାବେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ବା ରାଉରକେଲା ଷ୍ଟେସନ ନୁହେଁ ଏହି କ୍ୟାଣ୍ଟିନଟି ସୁଦୁର ଖରିଆର ରୋଡ ଷ୍ଟେସନରେ ଅବସ୍ଥିତ । ୧ ନମ୍ବର ପ୍ଲାଟଫର୍ମରେ ଥିବା ଏହି କ୍ୟାଣ୍ଟିନ ଟି ହଠାତ ଯାତ୍ରୀଙ୍କ ନଜରକୁ ଆସି ନଥାଏ । ହେଲେ ଏଠି ଯେଉଁ ଚଟପଟା ସ୍ୱାଦିଷ୍ଟ ଏବଂ ସଫାସୁତରା ଖାଦ୍ୟ ମିଳେ ଥରେ ଖାଇଲେ ନିଜନିଜ ସହରର ଆଛା ଆଛା କ୍ୟାଣ୍ଟିନର କ୍ୟାଣ୍ଟିନର ଆଇଟମକୁ ଭୁଲିଯିବେ । ଏଠିକାର ମୁଗ ଡାଲି ବର, ଚାଓମିନ୍ ଚପ୍, ସମୋସା, ଛୋଲେ ବତୁରେ, ଇଡଲି, ପିଆଜି କେବଳ ସ୍ୱାଦିଷ୍ଟ ନୁହେଁ ଫ୍ରେସ୍ ମଧ୍ୟ ଅତ୍ୟନ୍ତ ହାଇଜେନିକ୍ ଓ ସଫାସୁତରା । ଏହି କ୍ୟାଣ୍ଟିନର ମଧ୍ୟ ଇତିହାସ ରହିଛି ଏହା ୧୯୫୯ ମସିହାରୁ ଚାଲୁଛି । ଏବେର ମାଲିକ ଜେପି. ଗୁପ୍ତାଙ୍କ ବାପାଙ୍କ ଅମଳରୁ କ୍ୟାଣ୍ଟିନ ଚାଲିଆସୁଛି ।

ଖରିଆର ରୋଡ ପ୍ଲାଟଫର୍ମ କ୍ୟାଣ୍ଟିନରେ ଆଉ ଏକ ଖାସିଅତ ହେଲା ଏଠାରେ କେବଳ ରେଳ ଯାତ୍ରୀ ମାନେ ଖାଆନ୍ତି ନାହିଁ ପୁରା ଖରିଆର ଟାଉନର ଯାହା ଘରେ ଗେଷ୍ଟ ଆସିଲେ ବା ପର୍ବପର୍ବାଣୀ ହେଲେ ସେମାନେ ଗୁପ୍ତା ବାବୁଙ୍କ ରେଲୱେ କ୍ୟାଣ୍ଟିନକୁ ଆସନ୍ତି । ବୋଧ ହୁଏ ଖରିଆର ରୋଡ ରେଲୱେ କ୍ୟାଣ୍ଟିନ ପୁରା ରାଜ୍ୟର ଏଭଳି ଏକ ଜାଗା ଯାହାକି ସାରା ସହରର ଲୋକଙ୍କର ପ୍ରଥମ ପସନ୍ଦ ଟାଉନର ରେଷ୍ଟୁରାଣ୍ଟ ବା କ୍ୟାଣ୍ଟିନ ନୁହେଁ ବରଂ ରେଲୱେ କ୍ୟାଣ୍ଟିନ ।

Related Posts