‘ଆଉ ଫେରିବ ନାହିଁ ବ୍ୟାଲଟ୍‌ ଯୁଗ’

ନିର୍ବାଚନ ବେଳେ ଇଭିଏମ୍‌ ବ୍ୟବହାର ଜାରି ରହିବ । ଇଭିଏମ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ଏ ନେଇ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ଆଉ ବାଲଟ୍‌ ପେପର ଯୁଗକୁ ଫେରିବାର ପ୍ରଶ୍ନ ଉଠୁନାହିଁ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି, ପୁରୁଣା ବାଲଟ ପେପରକୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରଶ୍ନ ଉଠୁନାହିଁ । ନିର୍ବାଚନରେ ଇଭିଏମ୍‌ ହିଁ ବ୍ୟବହାର କରାଯିବ ।

ଇଭିଏମ୍‌ ବଦଳରେ ବାଲଟ୍‌ ପେପରରେ ନିର୍ବାଚନ କରିବାକୁ କିଛି ରାଜନୈତିକ ଦଳ ବାରମ୍ବାର ଦାବି କରି ଆସୁଛନ୍ତି । ତିନି ଦିନ ତଳେ ଲଣ୍ଡନରେ ଇଭିଏମ୍‌ ହ୍ୟାକ୍‌ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯିବା ପରେ ନିର୍ବାଚନ କମିଶନ ଏମିତି ମନ୍ତବ୍ୟ ରଖିଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ଇଭିଏମ୍‌ ଟ୍ୟାମ୍ପରିଂ ହୋଇଥିଲା ବୋଲି ଆମେରିକାର ହ୍ୟାକର ସୈୟଦ ସୁଜା ଅଭିଯୋଗ କରିଥିଲେ ।

Related Posts