ଚିତ୍ରକୋଣ୍ଡା ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକରେ ବାହାରିପାରିଲାନି କୌଣସି ନିଷ୍କର୍ସ, ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ସେପଟେ ପ୍ରଥମ ଦିନରେ ହିଁ ଗୃହରେ ଦେଖିବାକୁ ମିଳିଛି ବିରୋଧୀଙ୍କ ହଙ୍ଗାମା, ଫଳରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି।ଖବର ଅନୁଯାୟୀ, ବିଧାନସଭାରେ ଆଜି ଶୂନ୍ୟକାଳରେ ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ ଉଠିଥିଲା ।ବିଧାନସଭାରେ ଏହି ପ୍ରସଙ୍ଗ କଂଗ୍ରେସ ବିଧାୟକ ତାରା ବାହନୀପତି ଉଠାଇ ପୋଲିସ ବାବୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିରୋଧୀଦଳ ମୁଖ୍ୟ ସଚେତକ ବିଷ୍ଣୁ ସେଠୀ ବି ସମାନ ପ୍ରସଙ୍ଗ ଉଠାଇ କହିଥିଲେ ରକ୍ଷକ ଯଦି ଭକ୍ଷକ ସାଜିବେ ଆଦିବାସୀଙ୍କୁ ସୁରକ୍ଷା ଦେବ କିଏ ?

ସୂଚନା ଅନୁସାରେ ମାଲକାନଗିରି RSC୧୩ ନମ୍ବର ଗାଁରେ ଫୋର୍ସ ଧରି ମହିଳା କର୍ମଚାରୀଙ୍କୁ ସାଙ୍ଗରେ ନନେଇ ଗାଁ ରେ ପସି ଗର୍ଭବତୀ ମହିଳା, ୮୦ ବର୍ଷୀୟ ବୃଦ୍ଧା, ନାବାଳିକାଙ୍କୁ SDPO ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଥିଲେ ତାରା । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନେଇନାହାନ୍ତି। ଡ଼ାକ୍ତରଙ୍କୁ ଚାପ୍ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି। ମା କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ପ୍ରଶ୍ନ କରିଥିଲେ ତାରା । ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଁ ଦେବାକୁ କଂଗ୍ରେସ ଦାବି କରିଥିଲା । ସବୁ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ ନରସିଂହ ମିଶ୍ର। ବାଚସ୍ପତିଙ୍କ ରୁଲିଁ ଦାବିରେ କଂଗ୍ରେସର ଗୃହ ମଧ୍ୟ ଭାଗରେ ହଟଗୋଳ କରିଥିଲା ।ଏହି ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ ସହ ନାରାବାଜି କରିଥିଲେ।ଯାହାଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ କିନ୍ତୁ ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା ।ଶେଷରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି

Related Posts