ଡିସିପିଙ୍କ ଭଉଣୀ କି ଝିଅ ହୋଇଥିଲେ ସେ ଏପରି କହିଥାନ୍ତେ କି ? ଡିସିପିଙ୍କ ପ୍ରତିକ୍ରିୟା ପରେ ପ୍ରଶ୍ନ କଲେ ରୁଚିକାଙ୍କ ମା’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଝିଅକୁ ନ୍ୟାୟ ଦେବା ଦାବିରେ ଧାରଣାରେ ବସିଛନ୍ତି ରୁଚିକାଙ୍କ ବାପା ମା’ । ଏହା ମଧ୍ୟରେ ରୁଚିକା ଆତ୍ମହତ୍ୟା ଘଟଣାକୁ ଡିସିପି ପ୍ରେସମିଟରେ ଦେଇଥିବା ସୂଚନାକୁ ନେଇ ପ୍ରତିକ୍ରିୟା ରଖିଲେ ରୁଚିକାଙ୍କ ମାଆ । ରୁଚିକା ତାଙ୍କ ଝିଅ କି ଭଉଣୀ ନୁହଁ ଯଦି ହେଇଥାନ୍ତା । ତାହେଲେ ଏମିତି ବୟାନ ଦେଇ ନଥାନ୍ତେ ଆଉ କିଛି ହେଇଥାନ୍ତା ଯଦି ରାଗିଙ୍ଗ ହେଇନି ତାହେଲେ ମୋ ଝିଅ ଯେଉଁ ସୁଇସାଇଡ ନୋଟ୍ ରେ ଲେଖିଲା ମାନସିକ ସ୍ତରରେ ଯେଉଁ ଟର୍ଚ୍ଚର କରାଯାଇଛି ଯଦି ସେଇଟି ରାଗିଙ୍ଗ ନୁହଁ ତାହେଲେ କଣ ସେଇଟା । ପୋଲିସ ଯେତେବେଳେ ପ୍ରଥମ ଥର ପାଇଁ ତଦନ୍ତ କରିବାକୁ ଭିତରକୁ ଯାଇଥିଲେ ସେଇଦିନ ହିଁ ମତେ ଡ଼ାଉଟ ହେଇଥିଲା ଯେ ପୋଲିସର ତଦନ୍ତ ଉପରେ। ଏବେ ତା ଚରିତ୍ର ଉପରେ ମଧ୍ୟ ପ୍ରଶ୍ନ ଉଠେଇଲେଣି । ତଦନ୍ତ ସମୟରେ ପୋଲିସ ମତେ କହିଲା କି ଆପଣଙ୍କ ଝିଅ ୧୦ ଦିନ ହେଲା କଲେଜ ଯାଉନି ତାର ଦେହ ଖରାପ କାହିଁକି , ସେତେବେଳେ କଲେଜ କର୍ତ୍ତୃପକ୍ଷ କାହିଁକି ମତେ ଜଣେଇଲେନି ।

ହୁଏତ ମତେ ଜଣାଇଥିଲେ ମୋ ଝିଅ ଆଜି ମରି ନଥାନ୍ତା । ପ୍ରଥମେ କଲେଜ କର୍ତ୍ତୃପକ୍ଷଙ୍କୁ ଡିସମିସ କରନ୍ତୁ ତାପରେ ତଦନ୍ତ କରନ୍ତୁ ନହେଲେ କେବେ ତଦନ୍ତ ହେଇ ପାରିବ ନାହିଁ। କାରଣ ମୋ ଝିଅର ମୃତ୍ୟୁରେ ସଂପୂର୍ଣ୍ଣ ଭାବରେ କଲେଜ କର୍ତ୍ତୃପକ୍ଷ ହିଁ ଦାୟୀ । ଅନ୍ୟପଟେ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଜଣେ ଡିସିପି ପାହ୍ୟାର ଅଧିକାରୀ ଏହି ମାମଲାର ତଦନ୍ତ କରୁଛନ୍ତି । ରୁଚିକାଙ୍କ କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ନେଇ ପୁଲିସକୁ ସେଭଳି କୌଣସି ସୁରାକ୍ ମିଳିନାହିଁ । ତେଣୁ ତାଙ୍କ ମୋବାଇଲରୁ ତଥ୍ୟ ସଂଗ୍ରହ କରାଯାଉଛି । ମୋବାଇଲ୍ରୁ ଯେଭଳି କୌଣସି ଡାଟା ଡିଲିଟ୍ ନହେବ, ଯଦି ବି ଡିଲିଟ୍ ହୋଇଥିବ, ତାହାକୁ କିଭଳି ରିଟ୍ରିଭ୍ କରାଯାଇପାରିବ, ସେଥିପାଇଁ ରୁଚକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯିବ । ଏହାଛଡ଼ା ଯଦି କୌଣସି ବ୍ୟକ୍ତି ରୁଚିକାଙ୍କ ମୃତ୍ୟୁ ସଂପର୍କରେ ପୁଲିସକୁ ତଥ୍ୟ ଦେବାକୁ ଚାହୁଛନ୍ତି, ସେମାନେ ମୋ: ୭୦୭୭୭୯୮୧୧୧ରେ ଦେଇପାରିବେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts