ପାର୍କରେ ନମାଜ ମନା, ନୋଏଡା ପୋଲିସ୍‌ର ନୋଟିସ୍‌କୁ ନେଇ ବିବାଦ

ନୋଏଡାର ଏକ ପାର୍କରେ ଧାର୍ମିକ ପ୍ରାର୍ଥନା ନେଇ ପୋଲିସ ବିଭିନ୍ନ କଂପାନିକୁ ନୋଟିସ ଜାରି କରିଛନ୍ତି । ନୋଏଡା ସେକ୍ଟର ୫୮ ଥାନା ପୋଲିସ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ନୋଏଡା ଅଥରିଟି ପାର୍କରେ ପ୍ରାର୍ଥନା ବା କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଲଗାଇଛନ୍ତି । ପୋଲିସ ଏହି ଅଞ୍ଚଳରେ ଥିବା ସବୁ କମ୍ପାନୀଙ୍କୁ ନୋଟିସ୍‌ ପଠାଇଛି । ଯଦି କମ୍ପାନୀ କର୍ମଚାରୀ ପାର୍କରେ ପ୍ରାର୍ଥନା କରନ୍ତି ବା ନମାଜ ପାଠ କରନ୍ତି, ତେବେ ସେହି କମ୍ପାନୀ ଏଥିପାଇଁ ଦାୟୀ ରହିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ ।

ଏହି ପ୍ରସଙ୍ଗ ଉପରେ ସ୍ଥାନୀୟ ଏସ୍‌ଏସ୍‌ପି ଓ ଡିଏମ୍‌ଙ୍କ ମଧ୍ୟରେ ବୈଠକ ହୋଇଛି । ପାର୍କରେ ବିନା ଅନୁମତିରେ ପ୍ରାର୍ଥନା କରାଯାଉଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି କଟକଣା ଲଗାଯାଇଛି ବୋଲି କହିଛି ପ୍ରଶାସନ । ଯେ କୌଣସି ସାର୍ବଜନୀନ ସ୍ଥାନରେ ବିନା ଅନୁମତିରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ ବୋଲି ୨୦୦୯ରେ ସୁପ୍ରିମକୋର୍ଟ କହିଥିଲେ । କିଛି ଦିନ ତଳେ ହରିୟାଣାରେ ସାର୍ବଜନୀନ ସ୍ଥାନରେ ନମାଜ ପାଠ ନେଇ ହଟଚମଟ ସୃଷ୍ଟି ହୋଇଥିଲା ।

Related Posts