ଖେଳରତ୍ନ ପୁରସ୍କାର ପାଇଁ ଦମଦାର ବ୍ୟାଟସମ୍ୟାନ ରୋହିତ ଶର୍ମା ଏବଂ ଅନ୍ୟ ତିନି ଖେଳାଳିଙ୍କ ନାମ ସୁପାରିଶ

ଚଳିତ ବର୍ଷର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ୪ ଜଣ ଖେଳାଳିଙ୍କ ନାମକୁ ସୁପାରିଶ କରାଯାଇଛି। ୪ ଜଣ ଖେଳାଳିଙ୍କ ମଧ୍ୟରେ ଭାରତର ଦମଦାର ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ନାମ ମଧ୍ୟ ସାମିଲ ରହିଛି। ପୁରସ୍କାର କମିଟି ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା କୁସ୍ତି ବିନେଶ ଫୋଗାଟ, ଟେବୁଲ୍ ଟେନିସ୍ ଚାମ୍ପିଅନ୍ ମାଣିକା ବାତ୍ରା ଏବଂ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମାରିଆପାନ୍ ଥାଙ୍ଗାଭେଲୁଙ୍କ ସହ ରୋହିତ ଶର୍ମାଙ୍କୁ ମଧ୍ୟ ସୁପାରିଶ କରିଛନ୍ତି।

ଜାତୀୟ କ୍ରୀଡ଼ା ପୁରସ୍କାରରେ ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଧ୍ୟାନଚାନ୍ଦ ପୁରସ୍କାର ରହିଛି। ଯାହା ପ୍ରତିବର୍ଷ  ଅଗଷ୍ଟ ୨୯ ତାରିଖରେ ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଏ, ଯାହାକି କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ | ଖେଳରତ୍ନ ଗ୍ରହଣ କରିଥିବା ପ୍ରଥମ କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର। ସଚିନ ୧୯୯୭-୧୯୯୮ ମସିହାରେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହା ପରେ ୨୦୦୭ରେ ମହେନ୍ଦ୍ର ସିଂ ଧୋନି ଏବଂ ୨୦୧୮ରେ ବିରାଟ କୋହଲି ଖେଳରତ୍ନ ହାସଲ କରିଥିଲେ।

କୋରୋନା ଭାଇରସ ମହାମାରୀ ହେତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ଅନଲାଇନରେ ଅନୁଷ୍ଠିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯେଉଁଥିରେ ସମସ୍ତ ବିଜେତା ଅଗଷ୍ଟ ୨୯ରେ ନିଜନିଜ ସ୍ଥାନରୁ ଅନଲାଇନ ରହିବେ ଏବଂ ସେମାନଙ୍କ ନାମ ଘୋଷଣା କରାଯିବ। କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ କ୍ରୀଡ଼ା ଦିବସ ଅବସରରେ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ |

Related Posts