ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କଲା ଉତ୍ତର କୋରିଆ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କଲା ଉତ୍ତର କୋରିଆ । ଏଖବର ସାମ୍ନାକୁ ଆସିବା ପରେ ସାର ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଉତ୍ତର କୋରିଆ ଦୁଇଟି ମିସାଇଲ ପରୀକ୍ଷଣ କରିଛି । ଏନେଇ ଜାପାନ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାପାନ ସରକାର କହିଛନ୍ତି ଯେ, ଉତ୍ତର କୋରିଆ ଦୁଇଟି ମିସାଇଲ ପରୀକ୍ଷଣ କରିଛି । ତେବେ ଅଧିକ ତଥ୍ୟ ଜଣାପଡିନାହିଁ । ଏନେଇ ତଦନ୍ତ ଚାଲିଛି । ସବ ତଥ୍ୟ ମିଳିବା ପରେ ସରକାରୀ ଭାବେ ରିପୋର୍ଟ ପ୍ରକାଶ କରାଯିବ ।

ସେହିପରି ଦକ୍ଷିଣ କୋରିଆ ମଧ୍ୟ ଉତ୍ତର କୋରିଆର ମିସାଇଲ ପରୀକ୍ଷଣ ନେଇ ଅବଗତ ଥିବା କହିଛି । ଏହା ବାଲିଷ୍ଟିକ୍ ନିସାଇଲ ବୋଲି ଅନୁମାନ କରାଯାଉଛି । ଏହାପୂର୍ବରୁ ଉତ୍ତର କୋରିଆ ଜାନୁଆରୀ ୨୯ରେ ମିସାଇଲ ପରୀକ୍ଷଣ କରିଥିଲା । ୨୦୨୨ରୁ ଏବେସୁଦ୍ଧା ୧୦ରୁ ଅଧିକ ମିସାଇଲ ପରୀକ୍ଷଣ କଲାଣି ଉତ୍ତର କୋରିଆ । ଏପରିକି ଏହି ଦେଶ ହବାସୋସ-୧୨ ଇଣ୍ଡରମିଡିଏଟ୍ ରେଞ୍ଜ୍ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କରିଛି । ଯାହାର ଲକ୍ଷ୍ୟ ଭେଦୀ କ୍ଷମତା ସବୁଠାରୁ ଅଧିକ ।

Related Posts