ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ହେବାପାଇଁ ସ୍ବପ୍ନ ଦେଖୁଛନ୍ତି: ନୀତୀଶଙ୍କୁ ଗିରିରାଜ ସିଂହଙ୍କ କଡ଼ା ସମାଲୋଚନା

ପାଟନା: ବିଜେପି ସହ ମେଣ୍ଟ ଭାଙ୍ଗି ବିହାରରେ ଆର୍‌ଜେଡି ସହ ହାତ ମିଳାଇଛନ୍ତି ନୀତୀଶ କୁମାର । ଯାହାକୁ ନେଇ ବିଜେପି ର ଟାର୍ଗେଟ ର ଶିକାର ହୋଇଆସୁଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିରାଜ ସିଂହ କଡ଼ା ସମାଲୋଚନା କରିଛନ୍ତି।

ନୀତୀଶଙ୍କୁ କଟାକ୍ଷ କରି ଗିରିରାଜ କହିଛନ୍ତି, ନୀତୀଶ ଗୋପନରେ ଦେଶର ପ୍ରଧାନମନ୍ତ୍ରୀ ହେବା ଲକ୍ଷ୍ୟ ରଖିଛନ୍ତି। ନୀତୀଶଙ୍କର ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ କିନ୍ତୁ ସେ ଦେଶର ପ୍ରଧାନମନ୍ତ୍ରୀ ହେବାପାଇଁ ସ୍ବପ୍ନ ଦେଖୁଛନ୍ତି।

ଗିରିରାଜ କହିଛନ୍ତି, ନୀତୀଶ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ସେ କେବେ ବି ସମ୍ପୂର୍ଣ୍ଣ ଭାବେ ନିଜ ଦଳକୁ ନେଇ ସରକାର ଗଠନ କରିନାହାନ୍ତି। ସବୁବେଳେ ତାଙ୍କୁ ମେଣ୍ଟ ସହଯୋଗୀଙ୍କ ଆବଶ୍ୟକତା ପଡ଼ିଥାଏ। ମେଣ୍ଟ ସହଯୋଗୀଙ୍କୁ ଆଧାର କରି ସେ ସରକାର ଗଠନ କରନ୍ତି। ଗତ ଥର ମହାମେଣ୍ଟରୁ ଓହରିବା ପରେ ସେ ଏନ୍‌ଡିଏରେ ସାମିଲ ହୋଇଥିଲେ। ଆମ ନିକଟରେ ୨ଟି ବାଟ ଥିଲା। ପ୍ରଥମଟି ସଦ୍ୟ ନିର୍ବାଚନ ଏବଂ ଦ୍ବିତୀୟଟି ନୀତୀଶଙ୍କୁ ସମର୍ଥନ। ଆମେ ନୀତୀଶଙ୍କୁ ସମର୍ଥନ କରିଥିଲୁ। କିନ୍ତୁ ଚଳିତ ଥର ସେ ପ୍ରଧାନମନ୍ତ୍ରୀ ହେବାକୁ ଚାହିଛନ୍ତି।

Related Posts