ସାବରକରଙ୍କ ପୋଷ୍ଟର୍‌ରେ ଯିଏ ହାତ ଲଗାଇବ ତା ହାତ କାଟି ଫୋପାଡ଼ିଦେବୁ : କର୍ଣ୍ଣାଟକ ହିନ୍ଦୁ ସେନା ମୁଖ୍ୟ




ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କର୍ଣ୍ଣାଟକରେ ବୀର ସାବରକରଙ୍କ ପୋଷ୍ଟର ଲଗାଇବାପାଇଁ ଦକ୍ଷିଣପନ୍ଥୀ ଅନୁଷ୍ଠାନ ଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ହେଲେ ଏହାକୁ କିଛି କଂଗ୍ରେସ ସମେତ କିଛି ଅନୁଷ୍ଠାନ ବିରୋଧ କରୁଛନ୍ତି। ଏହି ବିରୋଧକୁ ନେଇ ହିନ୍ଦୁ ‌ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ଆଜି ଏନେଇ ଏକ ଚେତାବନୀ ଦେଇଛନ୍ତି। ହିନ୍ଦୁ ସେନା ମୁଖ୍ୟ କହିଛନ୍ତି, ସାବରକରଙ୍କ ପୋଷ୍ଟର୍‌ରେ ଯିଏ ହାତ ଲଗାଇବ ତା ହାତ କାଟି ଫୋପାଡ଼ିଦେବୁ।ସବରକର ମୁସଲିମ ବିରୋଧୀ ନୁହନ୍ତି। ସେ ବ୍ରିଟିସରଙ୍କ ବିରୋଧୀ ଥିଲେ। ଯଦି କୌଣସି ମୁସଲିମ କିମ୍ବା କଂଗ୍ରେସ କର୍ମୀ ସବରକରଙ୍କ ପୋଷ୍ଟର କିମ୍ବା ବ୍ୟାନର ଛୁଇଁବେ ଆମେ ତାଙ୍କ ହାତ କାଟିଦେବୁ। ବୀର ସବରକର ଜଣେ ସ୍ବାଧୀନତା ସଂଗ୍ରାମୀ ବୋଲି ହିନ୍ଦୁ ସେନା ମୁଖ୍ୟ କହିଛନ୍ତି।

ତେବେ କର୍ଣ୍ଣାଟକାରେ ସାବରକରଙ୍କ ପୋଷ୍ଟର ମରାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତେଜିବାର ଲାଗିଛି। ରାଜ୍ୟରେ ଶାସନରେ ଥିବା ବିଜେପି ସାବରକରଙ୍କୁ ସମର୍ଥନ କରୁଥିବା ବେଳେ ସେ ଇଂରେଜମାନଙ୍କୁ କ୍ଷମା ମାଗିଥିବା ଜଣେ ବ୍ୟକ୍ତି ବୋଲି କହିଛି କଂଗ୍ରେସ। ଏସବୁ ଭିତରେ ଗତ ରବିବାର ଦିନ କର୍ଣ୍ଣାଟକର ବିଜୟପୁରାରେ ଥିବା କଂଗ୍ରେସ ଅଫିସରେ ସାବରକରଙ୍କ ଏକାଧିକ ପୋଷ୍ଟର ଲଗାଇଥିଲା ବିଜେପି।ଦଳର ଯୁବ ଜିଲ୍ଲା ସଭାପତି ବାସବରାଜ ହୋଗ୍ରା କଂଗ୍ରେସ ଅଫିସରେ ପୋଷ୍ଟର ଲଗାଇଥିବା କଥାକୁ ସ୍ୱୀକାର ମଧ୍ୟ କରିଛନ୍ତି। ଏହାପରେ ଏହି ପୋଷ୍ଟର ମରାକୁ ନେଇ ରାଜ୍ୟରେ ଜୋରଦାର ଆରୋପ ପ୍ରତ୍ୟାରୋପ ଚାଲିଛି। ଏସବୁ ଭିତରେ ହିନ୍ଦୁ ସେନା ମୁଖ୍ୟ ଙ୍କର ଏଭଳି ବୟାନ ବିବାଦ କୁ ଅଧିକ ବଢ଼ାଇଛି।

Related Posts