୧ଟା ୩୦ ମଧ୍ୟରେ ହେଲା ନାହିଁ ଆସ୍ଥା ଭୋଟ, ବିଧାନସଭା ମୁଲତବି

ସତ୍ୟପାଠ ବ୍ୟୁରୋ : କର୍ଣ୍ଣାଟକ ରାଜନୀତି ରୋଚକ ମୋଡ ନେବାକୁ ବସିଲାଣି । ଆଜି ଦିନ ୧ଟା ୩୦ ମଧ୍ୟରେ ଆସ୍ଥା ଭୋଟ ହେବା ନେଇ ରାଜ୍ୟପାଳ   ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ବାଚସ୍ପତି ଏହାକୁ ବେଖାତିର କରି ଆଲୋଚନା ହେଲା ପରେ ଆସ୍ଥା ଭୋଟ ହେବ ବୋଲି କହିଛନ୍ତି । ଏହାସହ ସେ ଗୃହକୁ ମୁଲତବି ମଧ୍ୟ ଘୋଷଣା କରିଛନ୍ତି ।

ବାଚସ୍ପତି ପୂର୍ବରୁ ଅନାସ୍ଥାପ୍ରସ୍ତାବ ହାସଲ ପାଇଁ ଗୁରୁବାର ସମୟ ନିର୍ଦ୍ଧାରଣ କରିଥିଲେ କିନ୍ତୁ ସନ୍ଧ୍ୟା ହେବା ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖି ଦେଇଥିଲେ । ଫଳରେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଅମଙ୍ଗ ହୋଇଯାଇଥିଲେ । ସେମାନେ ଶକ୍ତି ପରୀକ୍ଷା ଗୁରୁବାର ହିଁ କରାଯାଉ ବୋଲି ଦାବି କରିଥିଲେ  । ରାଜ୍ୟପାଳ ମଧ୍ୟ ବାଚସ୍ପତିଙ୍କୁ କହିଥିଲେ ଯେ, ଗୁରୁବାର ଦିନ ହିଁ ଅନାସ୍ଥାପ୍ରସ୍ଥାବ ଆଗତ କରାଯାଉ କିନ୍ତୁ ବାଚସ୍ପତି ନିଜର ଜିଦରୁ ଓହରି ନଥିଲେ ।

Related Posts