NSA ଅଜିତ ଡୋଭାଲଙ୍କ ଘରେ ଅନୁପ୍ରବେଶ ଉଦ୍ୟମ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଘରେ ଅନୁପ୍ରବେଶ କରିବାର ପ୍ରୟାସ ଚାଲିଥିବାର କଥା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ସକାଳ ପ୍ରାୟ ୮.୪୫ ଏକ କାରରେ ଦ୍ରୁତ ଗତିରେ ଅଜିତ ଡୋଭାଲଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ତେବେ ଉକ୍ତ ବ୍ୟକ୍ତି କୌଣସି ବଡ଼ ଘଟଣା ଘଟାଇବା ପୂର୍ବରୁ ସୁରକ୍ଷା କର୍ମୀମାନେ ତାଙ୍କୁ ସେମାନଙ୍କ ହେପାଜତକୁ ନେଇଥିଲେ। ସେପଟେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଟିମ୍ ଲୋଡି କଲୋନୀ କାର୍ଯ୍ୟାଳୟରେ ଅଟକ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରୁଛି। ବ୍ୟକ୍ତି ଜଣକ ଭୁଲରେ ଗାଡିରେ ପ୍ରବେଶ କରିଛନ୍ତି ନା ଏହା ପଛରେ କିଛି ଷଡଯନ୍ତ୍ର ଅଛି ବୋଲି ପୋଲିସ ଅନୁସନ୍ଧାନ କରୁଛି। ସେପଟେ ଅଭିଯୁକ୍ତଙ୍କ ଦେହରେ ଏକ ଚିପ ଲାଗିଛି ବୋଲି ଅଭିଯୁକ୍ତ ଜଣକ ପୁଲିସ ସାମ୍ନାରେ କହିଛି । ଯେଉଁଥିପାଇଁ ତାଙ୍କୁ ଦୂରରୁ ନିୟନ୍ତ୍ରଣ କରାଯାଉଛି ବୋଲି କହିଛନ୍ତି । ତେବେ ପୋଲିସର ତଦନ୍ତରେ ତାଙ୍କ ଶରୀରରୁ କୌଣସି ଚିପ ମିଳି ନ ଥିବା ଜଣାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି କର୍ଣ୍ଣାଟକର ବେଙ୍ଗାଲୁରୁର ବାସିନ୍ଦା ।

ସେ ତାଙ୍କ ନାମ ଶାନ୍ତନୁ ରେଡ୍ଡି ବୋଲି କହିଛନ୍ତି । ଅନ୍ୟପଟେ ଅଜିତ ଡୋଭାଲଙ୍କୁ ଇଣ୍ଡିଆର ଜେମ୍ସ ବଣ୍ଡ ମଧ୍ୟ କୁହାଯାଏ । ସେ ଯେଉଁ ପ୍ରକାରର ରଣନୀତି କରିଛନ୍ତି, ସେ ପାକିସ୍ତାନ ଏବଂ ଚୀନ୍ ଆଖିରେ ଏକ ବିପଦ ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କର ସୁରକ୍ଷା ମଧ୍ୟ ଅତ୍ୟନ୍ତ କଠୋର ଅଟେ। ଏହା ବ୍ୟତୀତ ଡୋଭାଲ ମଧ୍ୟ ଅନେକ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ଅଛନ୍ତି । ଅଜିତ ଡୋଭାଲ କେରଳ କ୍ୟାଡରର ଜଣେ ଆଇପିଏସ୍ ଅଧିକାରୀ। ସେ ୧୯୭୨ ରେ ଭାରତର ଗୁପ୍ତଚର ଏଜେନ୍ସି ଆଇବି ସହିତ ଜଡିତ ଥିଲେ। ତାଙ୍କର ସଫଳ ରଣନୀତି ପାଇଁ ସେ ଜଣାଶୁଣା । ଏଥି ସହିତ, ତାଙ୍କର କାର୍ଯ୍ୟ ଶୈଳୀ ହେତୁ ଡୋଭାଲଙ୍କୁ ମୋଦୀ ସରକାରରେ ଜାତୀୟ ସୁରକ୍ଷା ପରାମର୍ଶଦାତା କରାଯାଇଥିଲା।

Related Posts