ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଗୁହାରୀ

ସତ୍ୟପାଠ ବ୍ୟୁରୋ : କେରଳରେ ବନ୍ୟାସ୍ଥିତି ସଂଗୀନ ହୋଇଥିବା ବେଳେ ଏଥିରେ ଫସି ରହିଛନ୍ତି ଦୁଇଶହରୁ ଉଦ୍ଧ୍ୱର୍ ଓଡିଆ ଶ୍ରମିକ । ଗୁଜୁରାଣ ମେଂଟାଇବା ପାଇଁ ପର ରାଇଜକୁ ଯାଇ ଫସି ଯାଇଛନ୍ତି ଏମାନେ । ଦଶ ଦିନ ଧରି ଲଗାଣ ବର୍ଷାରେ କେରଳ ସ୍ଥିତି ବେହାଲ ହୋଇଥିବା ବେଳେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ୨ଶହ ପାଖାପାଖି ଶ୍ରମିକ ବନ୍ୟାଂଚଳରେ ରହି ଯାଇଛନ୍ତି ।

ସାନଖେମୁଣ୍ଡି ବ୍ଲକର ପାଟପୁର ରାଧାଦେଇପୁର ଏସ ଗୋପାଳପୁର, ଖଲିଙ୍ଗୀ ଗାଁର ଷାଠିଏ ଜଣଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ସମ୍ଭବ ହୋଇଛି । ବର୍ତ୍ତମାନ ସେମାନେ ସୁରକ୍ଷିତ ଥିବା ବେଳେ ଖାଦ୍ୟ, ପାନୀୟଜଳ ପ୍ରଭୃତି ସମସ୍ୟାର ସମାଧାନ ହୋଇପାରି ନଥିବା ଜଣାପଡିଛି । ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

Related Posts