ଭାସିଗଲା ଟାଟା ମ୍ୟାଜିକ୍ 

ସତ୍ୟପାଠ ବ୍ୟୁରୋ : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ସାମାନ୍ୟ ପାଗ ବଦଳିଥିବା ବେଳେ ଆସନ୍ତାକାଲି ଠାରୁ ପୁଣି ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ଫଳରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ତେବେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ବନ୍ୟା ସମୟର ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି ।

ଏମ ରାମପୁର ବ୍ଲକ ମୋହନଗିରୀ ଠାରେ କାଳୀଗଙ୍ଗା ନଦୀରେ ଭାସିଯାଇଛି ଟାଟା ମ୍ୟାଜିକ । ସୌଭାଗ୍ୟବଶତଃ ଡ୍ରାଇଭର ଅଭୟ ରଣା ଗାଡିରୁ ବାହାରି ନିଶ୍ଚିତ ମୃତ୍ୟୁମୁଖରୁ ବଂଚି ଯାଇଛନ୍ତି । ଗାଡିଟି ବାଲିଗୁଡାରୁ ମଦନପୁର ରାମପୁର ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ପ୍ରବଳ ବର୍ଷାଜଳ ପାଇଁ ଡ୍ରାଇଭର ରାସ୍ତା ଜାଣି ପାରିନଥିବା ଅନୁମାନ କରାଯାଉଛି ।

Related Posts