ଭଣଜାକୁ ମାରି ତୁଳସୀ ଗଛତଳେ ପୋତିଥିଲା ମାମୁଁ

ତୁଳସୀ ଗଛ ତଳୁ ମିଳିଥିବା କଙ୍କାଳରୁ ଓଡ଼ିଆ ଯୁବକ ହତ୍ୟାକାଣ୍ଡର ପର୍ଦ୍ଦାଫାସ । 5ଟି ରାଜ୍ୟରେ ଚଢ଼ାଉ ଓ 400 ଲୋକଙ୍କୁ ପଚରାଉଚୁରା ପରେ ମିଳିଲା ହତ୍ୟାକାରୀର ସନ୍ଧାନ ।

ମାମୁଁର ଗାର୍ଲଫ୍ରେଣ୍ଡ ସହ ବନ୍ଧୁତା ବଢ଼ାଇବା ଭଣଜା ପାଇଁ ଭାରୀ ପଡ଼ିଲା । ଯେତେବେଳେ ମାମୁଁକୁ ଏ କଥା ବାବଦରେ ଜଣାପଡ଼ିଲା, ସେ ଭଜଣାର ତା’ର ଗାର୍ଲଫ୍ରେଣ୍ଡ ସହ ସମ୍ପର୍କ ବଢୁଛି, ସେତେବେଳେ ସେ ନିଜ ଭଣଜାକୁ ହତ୍ୟା କରି ତାର ଶବ ତୁଳସୀ ଗଛ ତଳେ ପୋତି ଦେଇଥିଲା । ଆଉ ପୋଲିସ୍‌ ଷ୍ଟେସନ୍‌ରେ ସେ ନିଖୋଜ ହୋଇଯାଇଥିବା ନେଇ ମାମଲା ରୁଜୁ କଲା । ତା’ ପରେ ସେ ନିଜର ସବୁ ଫୋନ୍‌ ନମ୍ବର ବନ୍ଦ କରି ଗାଏବ୍‌ ହୋଇଗଲା ।

9 ଅକ୍ଟୋବର 2018ରେ ଜଣେ ବ୍ୟକ୍ତି ଦ୍ବାରକା ଥାନାରେ ଅଭିଯୋଗ କଲେ ଯେ ସେ ଯେତେବେଳେ ନିଜ ଘର ଛାତ ଉପରେ ପଡ଼ିଥିବା ମାଟି ହଟାଇଲେ ତା ତଳୁ ଏକ ନରକଙ୍କାଳ ମିଳିଲା । ପୋଲିସ୍‌ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ଆରମ୍ଭ କଲା ତଦନ୍ତ । ବହୁ ଛାନଭିନ୍‌ ପରେ ଜଣାପଡ଼ିଲା ଯେ ଏହି ଶବ ହେଉଛି 27 ବର୍ଷୀୟ ଜୟପ୍ରକାଶ ନାରାୟଣଙ୍କର । ଜୟପ୍ରକାଶ ଓଡ଼ିଶାର ବାସିନ୍ଦା । ଦିଲ୍ଲୀର ସେହି ଘରେ ସେ ନିଜ ମାମୁଁ ବିଜୟନ ସହ ଭଡ଼ାରେ ରହୁଥିଲା ।

ପୋଲିସ୍‌ ତା ପରେ ମାମୁଁ ବିଜୟନ ମହାରଣା ବାବଦରେ ପତ୍ତା ଲଗାଇବାକୁ ଆରମ୍ଭ କଲା । ତାର ସବୁ ପୁରୁଣା ନମ୍ବର ବନ୍ଦ ହୋଇଥିବା ଜଣାପଡ଼ିଲା । ଏମିତିକି ବିଜୟନଙ୍କର ଘର ଲୋକଙ୍କୁ ବି ଜଣାନଥିଲା ଯେ ସେ କେଉଁଠି ଅଛନ୍ତି । ଏହା ଭିତରେ ପୋଲିଲ୍‌କୁ ଜଣାପଡ଼ିଲା ଯେ ବିଜୟନ ଫେବ୍ରୁୟାରୀ 12 ତାରିଖରେ ଭଣଜା ଜୟପ୍ରକାଶ ନିଖୋଜ ହୋଇଥିବା ନେଇ ଡାବରୀ ଥାନାରେ ଅଭିଯୋଗ କରିଥିଲା । କିନ୍ତୁ ସେ ତା ପରେ ସେ ପୋଲିସ୍‌ ପାଖକୁ କେବେ ବି ଯାଇନାହିଁ । ଏହି କାରଣରୁ ପୋଲିସ୍‌ର ସନ୍ଦେହ ମାମୁଁ ବିଜୟନ ଉପରେ ହେଲା । ବିଜୟନକୁ ଖୋଜି ଖୋଜି ପୋଲିସ୍‌ ଟିମ୍‌ ଓଡ଼ିଶା ସମେତ 4ଟି ରାଜ୍ୟ ହରିୟାଣା, ଉତ୍ତରପ୍ରଦେଶ, ପଞ୍ଜାବ ଓ ତେଲେଙ୍ଗାନା (ବିଶାଖାପାଟଣା)ରେ ଚଢ଼ାଉ କଲା ।

ଏହି ସମୟରେ ପୋଲିସ୍‌ ବିଜୟନର ଖାସ୍‌ ବନ୍ଧୁଙ୍କ ଯାଏଁ ପହଞ୍ଚିଗଲା । ସେତେବେଳକୁ ପୋଲିସ୍‌ ପ୍ରାୟ 400 ଲୋକଙ୍କୁ ପଚରାଉଚୁରା କରିସାରିଥିଲା । ବିଜୟନର ସେହି ଖାସ୍‌ ବନ୍ଧୁ ପୋଲିସ୍‌କୁ କହିଲା ଯେ ବିଜୟନ ହାଇଦ୍ରାବାଦରେ ଥାଇପାରେ । ଏହାପରେ ପୋଲିସ୍‌ ଟିମ୍‌ ହାଇଦ୍ରାବାଦରେ ପହଞ୍ଚିଲା, ସେଠାରେ ବିଜୟନର ଗାର୍ଲଫ୍ରେଣ୍ଡର ସାହାଯ୍ୟରେ ପୋଲିସ୍‌ ବିଜୟନ ଯାଏଁ ପହଞ୍ଚିଲା ଆଉ ତାକୁ ଗିରଫ କଲା । ପୋଲିସ୍‌ ଅନୁସାରେ ବିଜୟନ ହାଇଦ୍ରାବାଦ ଫିଲ୍ମ ସିଟିରେ ଅଡିସନ୍‌ ଦେଇସାରିଥିଲା ଆଉ ଯେ କୌଣସି ମତେ ସେଠାରେ ଏଣ୍ଟ୍ରି କରିବାକୁ ଚାହୁଁଥିଲା ।

ପଚରାଉଚୁରାରେ ବିଜୟନ ପୋଲିସ୍‌କୁ କହିଲା ଯେ ନିଜ ଗାର୍ଲଫ୍ରେଣ୍ଡ ସହ ଭଜଣାର ବଢୁଥିବା ନିକଟତା ଫଳରେ ସେ ଘଟଣା ଦିନ ରାତିରେ ଗୋଟିଏ ଫ୍ୟାନ୍‌ର ମୋଟରରେ ଆକ୍ରମଣ କରି ତାକୁ ହତ୍ୟା କଲା । ଶବକୁ ଲୁଚାଇବା ପାଇଁ ସେ ଘର ମାଲିକକୁ କହିଲା ଯେ ତାକୁ ତୁଳସୀ ଗଛ ଲଗାଇବାକୁ ଅଛି, ଏଥିପାଇଁ ସେ ବହୁ ପରିମାଣରେ ମାଟି ଆଣିଲା ଆଉ ତା’ ତଳେ ଶବକୁ ଲୁଚାଇଦେଲା । କିଛି ଦିନ ପର ଯାଏଁ ସେ ସେହି ଘରେ ବି ରହିଲା । କିନ୍ତୁ ଯେତେବେଳେ ବିଜୟନ ଘର ଖାଲି କରି ଚାଲିଗଲା ସେତେବେଳେ ଘର ମାଲିକ ମାଟି ହଟାଇଲେ ଆଉ ତା ତଳୁ ମିଳିଲା କଙ୍କାଳ । ପୋଲିସ୍‌ ଏହି ମାମଲାରେ ଶବକୁ ଚିହ୍ନଟ କରିବାକୁ ଡିଏନ୍‌ଏ ଟେଷ୍ଟ ବି କରାଇଥିଲା ।

ଏ ସଂପର୍କରେ ଘର ମାଲିକ ପୁଲିସକୁ ସୂଚନା ଦେଲେ। ଅଭିଯୁକ୍ତ ମାମୁଁ ବିଜୟନ୍‌କୁ ପୁଲିସ ତେଲେଙ୍ଗନାର ରାଜଧାନୀ ହାଇଦ୍ରାବାଦରୁ ଗିରଫ କରିଛି। ଜବତ ହୋଇଥିବା କଙ୍କାଳଟି ଓଡ଼ିଶାର ଜୟ ପ୍ରକାଶ ମହାରଣାର ବୋଲି ଜଣାଯାଇଛି। ଗିରଫ ହେବାପରେ ବିଜୟନ୍‌ କହିଛି ଯେ ତା’ର ପ୍ରେମିକା ସହିତ ଭଣଜା ଜୟ ପ୍ରକାଶର ସଂପର୍କ ରହିଛି। ଏଣୁ ସେ ତାକୁ ହତ୍ୟା କରିଥିଲା। ଶବକୁ ପୋତିବା ଲାଗି ସେ ବାଲକୋନିରେ ମାଟି ପକାଇ ତୁଳସୀ ଗଛ ଲଗାଇଥିଲେ। ତା’ପରେ ବି ସେ ସେହି ଘରେ ବହୁଦିନ ଧରି ରହିଥିଲା।

ନୂଆଦିଲ୍ଲୀ:ଘରର ଛାତ ଉପରେ ଥିବା ତୁଳସୀ ଗଛ ତଳୁ ମିଳିଥିବା କଙ୍କାଳରୁ ଏକ ହତ୍ୟାଘଟାଣର ପର୍ଦ୍ଦାଫାସ ହୋଇଛି। ଡାବଡିରେ ହୋଇଥିବା ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ମାମୁଁକୁ ପୁଲିସ ଗିରଫ କରିଛି।
ତିନି ମାସ ଧରି ଖୋଜାଖୋଜି,ଚାରିଶହ ଲୋକଙ୍କୁ ପଚରାଉଚୁରା ଓ ପାଞ୍ଚଟି ରାଜ୍ୟରେ ବାରରୁ ଅଧିକ ସ୍ଥାନରେ ଚଢଉ କରି ଅବଶେଷରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ମୃତ ଭଣଜାର ଶବକୁ ରହୁଥିବା ଘରର ବାଲକୋନିରେ ପୋତି ଦେଇଥିଲା। ଯେତେବେଳେ ମାମୁଁ ସେହି ଘର ଖାଲି କରିଥିଲା,ସେତେବେଳେ ଘରର ମାଲିକ ତୁଳସା ଗଛର ମାଟି ଖୋଳିବା ବେଳେ ସେଥିରେ କଙ୍କାଳ ଥିବାର ଦେଖିବାକୁ ପାଇଲେ।

Related Posts