ପୁଣି ପଦାରେ ପଡ଼ିଲା କଂଗ୍ରେସର ଦଳୀୟ କନ୍ଦଳ, ମୁହାଁମୁହିଁ ହେଲେ ତାରା-ମୋକିମ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଦଳୀୟ କନ୍ଦଳ ଥମିବାର ନାଁ ନେଉନାହିଁ। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ଦୁଇ ବିଧାୟକ ମହମ୍ମଦ ମୋକିମ ଓ ତାରାବାହିନୀ ପତି । ଦୀର୍ଘଦିନ ହେବ ଦଳୀୟ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ସାମିଲ ହେଉନାହାନ୍ତି। ଏନେଇ ସେ ଗଣମାଧ୍ୟମରେ ପତିକ୍ରିୟା ରଖି କହିଛନ୍ତି ଯେ, ‘ମୋତେ ଦଳ ପକ୍ଷରୁ ସୋ କଜ୍ ନୋଟିସ ହୋଇଥିଲା। ମୁଁ ତାହାର ଉତ୍ତର ରଖିଛି । ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ ସୋ କଜର ଉତ୍ତର ନେଇ କୌଣସି ଚିଠି ମିଳିନି ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ କାର୍ଯ୍ୟାଳୟକୁ ଯିବିନି କି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବିନି । କେବଳ କଟକ ଭିତରେ ସୀମିତ ରହିବି । କଂଗ୍ରେସର କିଛି ନେତା ଦଳ ଛାଡ଼ିବା ନେଇ ପତିକ୍ରିୟାରେ କହିଛନ୍ତି କଂଗ୍ରେସରେ କିଛି ନେତାଙ୍କ ମନ ଉଣା ରହୁଛି । ସାଙ୍ଗଠନିକ ବିସ୍ତାର ବେଳେ ବରିଷ୍ଠ ନେତା ଙ୍କୁ ଅଣଦେଖା କରାଯାଉଛି । ଯୁବକମାନଙ୍କୁ ଅଗ୍ରାଧିକାର ମିଳୁନି । ତେଣୁ ଅନେକ ଯୁବ କର୍ମୀ ଦଳ ଛାଡ଼ୁଛନ୍ତି ବୋଲି ମୋକିମ କହିଛନ୍ତି।

ଅନ୍ୟପଟେ ମୋକିମଙ୍କ ଏଭଳି ଜବାବ ପରେ ମୁହଁ ଖୋଲିଛନ୍ତି ଜୟପୁର ବିଧାୟକ ତାରପ୍ରସାଦ ବାହିନୀପତି । ମୋକିମଙ୍କୁ କାଉଣ୍ଟର କରି ତାରା କହିଛନ୍ତି ମୁଁ ଚାରି ଚାରି ଥରର ବିଧାୟକ । କେତେବେଳେ ଡ଼ଷ୍ଟବିନରେ ପଡିଛି ତ କେତେବେଳେ ଷ୍ଟେଜରେ ଫୁଲ ମାଳ ପିନ୍ଧିଛି। ମହମ୍ମଦ ମୋକିମ ଥରକର ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି ହେଉଛନ୍ତି । ଦଳ ତାଙ୍କୁ ବହୁତ କିଛି ଦେଇଛି । କଂଗ୍ରେସ ପାଇଁ ସବୁ କିଛି ପାଇଛନ୍ତି । ଦଳକୁ ଆଗ ଦେଖନ୍ତୁ । ଯେଉଁମାନଙ୍କର ମନ ଉଣା ରହିଛି । ସେମାନଙ୍କ ପାଇଁ ବାଟ ବନ୍ଦ ହୋଇନି । ସବୁ ବାଟ ଖୋଲା ରହିଛି ଓ ସେ ବିଷୟରେ ଚିନ୍ତା କରାଯାଉଛି ବୋଲି ତାରା କହିଛନ୍ତି ।

Related Posts