ଯଦି କାଶ୍ମୀର ଫାଇଲ୍ସ ନିର୍ମାଣ ହୋଇପାରୁଛି, ତାହାଲେ ଲଖିମପୁର ଫାଇଲ୍ସ କାହିଁକି ନୁହଁ: ଅଖିଳେଶ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ କାଶ୍ମୀର ଫାଇଲ୍ସକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । କାଶ୍ମୀରରେ ପଣ୍ଡିତମାନଙ୍କୁ କିପରି ବତାଡ଼ିତ କରାଯାଇଥିଲା, ତାହା ଉପରେ ଏହି ଫିଲ୍ମଟି ଆଧାରିତ । ସେପଟେ ଏହି ଫିଲ୍ମକୁ ଦେଶବାସୀ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ମାତ୍ର କିଛି ଦିନ ମଧ୍ୟରେ ହିଁ ଏହି ଫିଲ୍ମଟି ସୁପରହିଟ ହୋଇଛି । ଏହା ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପରାଜୟ ପରେ ସମାଜବାଦୀ ପାର୍ଟିର ମୁଖ୍ୟ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏବଂ ଦ କାଶ୍ମୀର ଫାଇଲ୍ସକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଯଦି ଏହି ସିନେମା ତିଆରି ହୋଇପାରିବ ତେବେ ଲଖିମପୁର ଫାଇଲ୍ସ ମଧ୍ୟ ତିଆରି ହୋଇପାରିବ।

ସୀତାପୁରରେ ପହଞ୍ଚିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଯେ ଯଦି କଶ୍ମୀରର ଫାଇଲ୍ସ ତିଆରି ହୋଇପାରିବ, ତେବେ ଲଖିମପୁରରେ ଗାଡ଼ି ଚଢ଼ାଇ କରାଯାଇଥିବା ହତ୍ୟା ଉପରେ ଲଖିମପୁର ଫାଇଲ୍ସ କାହିଁକି ନିର୍ମାଣ ହୋଇପାରିବ ନାହିଁ? ବୋଲି ଅଖିଳେଶ ଯାଦବ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ଜି ଷ୍ଟୁଡିଓ ଦ୍ୱାରା ନିର୍ମିିତ ଏହି ଚଳଚ୍ଚିତ୍ରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ବ୍ୟବସ୍ଥିତ ହତ୍ୟା ପରେ କାଶ୍ମୀରରୁ କଶ୍ମୀର ପଣ୍ଡିତଙ୍କ ପଳାୟନକୁ ଦର୍ଶାଯାଇଛି।

Related Posts