ଏପରି ଗୋଟିଏ ରାଜ୍ୟ ଯେଉଁଠାରୁ NDA ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଗୋଟିଏ ମଧ୍ୟ ଭୋଟ ନ ମିଳି ପରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): NDA ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କେରଳ ରୁ ପ୍ରାୟତଃ ଗୋଟିଏ ମଧ୍ୟ ଭୋଟ ନ ପାଇ ପାରନ୍ତି। କାରଣ କେରଳ ଏପରି ଏକ ରାଜ୍ୟ ଯେଉଁଠାରେ ବିଜେପି ଓ ଏହାର ଗଠକ ଦଳ ମାନଙ୍କର ଜଣେ ମଧ୍ୟ ପ୍ରତିନିଧି ନାହାନ୍ତି। ଷୋହଳ ତମ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଦ୍ରୌପଦୀ ମୁର୍ମୁ ଓ ମିଳିତ ବିରୋଧୀ ମାନଙ୍କର ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଏହି ନିର୍ବାଚନ ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି। ଆଉ ବର୍ତ୍ତମାନ ସେମାନଙ୍କ ପାଇଁ ସମୟ ଆସିଛି ବିଭିନ୍ନ ରାଜ୍ୟ ଗସ୍ତ କରି ସମସ୍ତ ଦଳ ମାନଙ୍କର ସହଯୋଗ କାମନା କରିବା। ଆରମ୍ଭ ରୁ ରାଜନୈତିକ ବିଶେଷଜ୍ଞ ମାନଙ୍କ ମତ ରହି ଆସିଥିଲା କି ଦ୍ରୌପଦୀ ଯଶୋବନ୍ତ ଙ୍କ ଠାରୁ ରେସ୍ ରେ ବହୁ ଆଗରେ ରହିଛନ୍ତି। କାରଣ ସେ ଜଣେ ମହିଳା ଓ ଆଦିବାସୀ ପୃଷ୍ଠଭୂମିରୁ ଆସିଛନ୍ତି। 
ତଥାପି ମିଳିତ ବିରୋଧୀ ମେଣ୍ଟ ୧୧ ଜଣିଆ ପ୍ରଚାର କମିଟି ଗଠନ କରି ସିହ୍ନା ଙ୍କ ପାଇଁ ସାରା ଦେଶ ରେ ପ୍ରଚାର ପାଇଁ ସ୍ଥିର କରିଛନ୍ତି। ମିଳିତ ବିରୋଧୀ ମେଣ୍ଟ ର ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଜୁନ ୨୯ ରେ କେରଳ ରେ ପହଞ୍ଚି ତାଙ୍କର ପ୍ରଚାର ଆରମ୍ଭ କରିବେ। ସେଠାରେ ସେ ବିଧାନ ସଭା ଯାଇ ସମସ୍ତ ବିଧାୟକ ଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଶ୍ରୀ ସିହ୍ନା ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଓ ଅଟଳ ବିହାରୀ ବାଜପେୟୀ ଙ୍କ କ୍ୟାବିନେଟ୍ ରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି। ସେ ନିଜର ପ୍ରଚାର କେରଳ ରୁ ଆରମ୍ଭ କରୁଛନ୍ତି। ଏହା ଜାଣିବା ଜରୁରୀ ଯେ ନରେନ୍ଦ୍ର ମୋଦି ସରକାର କୁ ଆସିବା ପରେ ଶ୍ରୀ ସିହ୍ନା ବିଜେପି ଛାଡ଼ି ଥିଲେ। କେରଳ ଏକ ମାତ୍ର ରାଜ୍ୟ ଯେଉଁଠି NDA ର ଗୋଟିଏ ହେଲେ ଭୋଟ ନାହିଁ। ଶ୍ରୀ ସିହ୍ନା ସମସ୍ତ ୧୪୦ ବିଧାୟକ ,୨୦ ଲୋକସଭା ଓ ୯ ରାଜ୍ୟସଭା ସାଂସଦ ଙ୍କ ସମର୍ଥନ ପାଇବା ଆଶା ରେ ଏଠାରୁ ନିଜର ପ୍ରଚାର ଆରମ୍ଭ କରୁଛନ୍ତି। ଏଠାରେ ୧୪୦ ବିଧାୟକ ରହିଛନ୍ତି ଯାହାଙ୍କର ଭୋଟ ମୂଲ୍ୟ ୨୧,୨୮୦। ଉଭୟ ରାଜ୍ୟସଭା ଓ ଲୋକସଭା ରେ ୨୯ ସାଂସଦ ରହିଛନ୍ତି ଯାହାଙ୍କର ଭୋଟ ମୂଲ୍ୟ ୨୦,୩୦୦। ଏହାର ଅର୍ଥ ଶ୍ରୀ ସିହ୍ନା ଏଠାରୁ ସମସ୍ତ ୪୧,୫୮୦ ମୂଲ୍ୟର ଭୋଟ ପାଇବା ଆଶା ରେ ଅଛନ୍ତି।
କେରଳ ରେ ଶାସନ ରେ ଥିବା Left Democratic Front (LDF) ଓ ବିରୋଧୀ United Democratic Front (UDF) ଉଭୟ ବିରୋଧୀ ମେଣ୍ଟ ପ୍ରାର୍ଥୀ ଶ୍ରୀ ସିହ୍ନା ଙ୍କୁ ସମର୍ଥନ ଘୋଷଣା କରିଛନ୍ତି। 

ବିଜେପି ଓ ଏହାର ଘଟକ ଦଳ ଭାରତୀୟ ଧର୍ମ ଜନ ସେନା ର ଜଣେ ହେଲେ ମଧ୍ୟ ପ୍ରତିନିଧି ବିଧାନସଭା କିମ୍ବା ସାଂସଦ ର ଦୁଇ ଗୃହ ରେ ନାହାନ୍ତି। ବର୍ତ୍ତମାନ ର ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କ କାର୍ଯ୍ୟକାଳ ଜୁଲାଇ ୨୧ ରେ ଶେଷ ହେବାକୁ ଯାଉଛି। ତାଙ୍କ ପରେ ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ସେଥି ପାଇଁ ଜୁଲାଇ ୧୮ ରେ ନିର୍ବାଚନ ହେବାକୁ ଯାଉଛି।
ଏଲେକ୍ଟରାଲ କଲେଜ ସାଂସଦ ର ଉଭୟ ଗୃହ ର ସଭ୍ୟ, ରାଜ୍ୟ ବିଧାନସଭା ର ବିଧାୟକ ଓ ଦିଲ୍ଲୀ ଓ ପଣ୍ଡିଚେରୀ ର ପ୍ରତିନିଧି ରାଷ୍ଟ୍ରପତି ଙ୍କୁ ନିର୍ବାଚିତ କରିଥାନ୍ତି । ରାଜ୍ୟ ବିଧାନ ପରିଷଦ ର ସଦସ୍ୟ ଓ ରାଜ୍ୟସଭା, ଲୋକସଭା ଓ ବିଧାନସଭା କୁ ନିର୍ବାଚିତ ହୋଇ ନଥିବା ସଭ୍ୟ ମାନେ ଏଲେକ୍ଟରାଲ୍ କଲେଜ ର ଅନ୍ତର୍ଭୁକ୍ତ ନୁହନ୍ତି ।
Related Posts