ଅଷ୍ଟ୍ରେଲିଆ ସିରିଜ୍‌ : ପ୍ରଥମ T-20 ପାଇଁ ଟିମ୍‌ ଇଣ୍ଡିଆର 12 ଜଣିଆ ଦଳ ଘୋଷଣା, ବୁଧବାର ମୁକାବିଲା

ଟିମ୍‌ ଇଣ୍ଡିଆ ନିଜ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇସାରିଛି । ଅଷ୍ଟ୍ରେଲିଆ ଗସ୍ତରେ 3 ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବୁଧବାର ବ୍ରିସ୍‌ବେନ୍‌ରେ ଖେଳାଯିବ ।

ଘରୋଇ ଅଷ୍ଟ୍ରେଲିଆ ବିରୋଧରେ ଟିମ୍‌ ଇଣ୍ଡିଆ ନିଜ ଗସ୍ତର ଆରମ୍ଭ ଟି-ଟ୍ବେଣ୍ଟି ସିରିଜ୍‌ରୁ କରୁଛି । ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବୁଧବାର ବ୍ରିସ୍‌ବେନ୍‌ରେ ଖେଳାଯିବ । ବିରାଟ ବ୍ରିଗେଡ୍‌ ନିଜର ପ୍ରସ୍ତୁକୁ ଚୂଡ଼ାନ୍ତ ରୂପ ଦେଇସାରିଛି । ଉଭୟ କ୍ୟାପଟେନ୍‌(ବିରାଟ କୋହଲି ଓ ଆରୋନ୍‌ ଫିଞ୍ଚ) ଟି-ଟ୍ବେଣ୍ଟି ଟ୍ରଫିର ଅନାବରଣ କରିଛନ୍ତି ।

ଏହା ଭିତରେ ଭାରତୀୟ ଟିମ୍‌ ବ୍ରିସ୍‌ବେନ୍‌ ଟି-ଟ୍ବେଣ୍ଟି ପାଇଁ ନିଜର 12 ଜଣିଆ ଖେଳାଳିଙ୍କ ନାଁ ଘୋଷଣା କରିଛି ।

ବିରାଟ କୋହଲି(କ୍ୟାପଟେନ୍‌) ରୋହିତ ଶର୍ମା(ଭାଇସ୍‌ କ୍ୟାପଟେନ୍‌) ଶିଖର ଧୱନ୍‌, କେ.ଏଲ୍‌ ରାହୁଲ, ଋଷଭ ପନ୍ଥ, ଦିନେଶ କାର୍ତ୍ତିକ, କୃନାଲ୍‌ ପାଣ୍ଡ୍ୟା, କୁଳଦୀପ ଯାଦବ, ଭୁବନେଶ୍ବର କୁମାର, ଯଶପ୍ରୀତ୍‌ ବୁମ୍‌ରା, ଖଲିଲ୍‌ ଅହମ୍ମଦ, ଯଜୁବେନ୍ଦ୍ର ଚହଲ ।

ଟି-ଟ୍ବେଣ୍ଟି ସୂଚୀ –

ପ୍ରଥମ ଟି-ଟ୍ବେଣ୍ଟି : ଭାରତ ବନାମ ଅଷ୍ଚ୍ରେଲିଆ

21 ନଭେମ୍ବର 2018, ଅପରାହ୍ନ 1.20 (ଭାରତୀୟ ସମୟ ଅନୁସାରେ), ବ୍ରିସ୍‌ବେନ୍‌

ଦ୍ବିତୀୟ ଟି-ଟ୍ବେଣ୍ଟି : ଭାରତ ବନାମ ଅଷ୍ଚ୍ରେଲିଆ

23 ନଭେମ୍ବର 2018, ଅପରାହ୍ନ 1.20 (ଭାରତୀୟ ସମୟ ଅନୁସାରେ), ମେଲବର୍ଣ୍ଣ

ତୃତୀୟ ଟି-ଟ୍ବେଣ୍ଟି : ଭାରତ ବନାମ ଅଷ୍ଚ୍ରେଲିଆ

25 ନଭେମ୍ବର 2018, ଅପରାହ୍ନ 1.20 (ଭାରତୀୟ ସମୟ ଅନୁସାରେ), ସିଡ୍‌ନୀ

Related Posts