ଯେଉଁଠାରେ ଆମର ଆସ୍ଥା ରହିଛି, ସେହି ସ୍ଥାନକୁ ବିକାଶ କରିବୁ: ଯୋଗୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଜାଫରନଗରରେ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ । ତେବେ ଯୋଗୀ କହିଛନ୍ତି ଯେ ସୁଖ ତିର୍ଥର ବିକାଶ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ଉଦ୍ୟମ କରିଛନ୍ତି। ତ୍ରେତୟା ଯୁଗର ସ୍ମୃତିକୁ ସତେଜ କରିବାକୁ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଗତ ୫ ବର୍ଷ ଧରି ବିଜେପି ଉତ୍ତରପ୍ରଦେଶର ପ୍ରତ୍ୟେକ ତୀର୍ଥସ୍ଥାନକୁ ନିରନ୍ତର ଭାବରେ ବିକାଶ କରିବାରେ ଲାଗିଛି ।

ଜଣେ ଧର୍ମନିରପେକ୍ଷ ନେତା ମୋତେ କହିଥିଲେ ଯେ ତୁମେ କେବଳ ତୀର୍ଥଯାତ୍ରା ବିଷୟରେ କାହିଁକି କହୁଛ? ମୁଁ କହିଲି ଯେଉଁଠାରେ ଆମର ବିଶ୍ୱାସ ଅଛି, ଆମେ ସେଠାରେ କାମ କରିବୁ ଜ୍ଝ ଆମେ ଅଯୋଧ୍ୟା, କାଶୀ, ମଥୁରା, ଶ୍ରୀମନ୍ଦିରର ବିକାଶ କରିବୁ ଜ୍ଝ କବରସ୍ଥାନର ବିକାଶ ପାଇଁ ଏସପି ଏବଂ ଲୋକ ଦଳର ନେତାମାନଙ୍କୁ ଭଗବାନ ପଠାଇଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇଉଠିଛି ।

Related Posts