ସାଧାରଣ ନାଗରିକ ସହଜରେ ବିଦେଶ ଯାଇପାରୁଛି; ମୁଁ କାହିଁକି ନୁହେଁ: କେଜ୍ରିୱାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିଙ୍ଗାପୁର ଗସ୍ତ ପାଇଁ କେନ୍ଦ୍ର ସରକାର ଅନୁମତି ଦେବାରେ ବିଳମ୍ବ କରୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାରମ୍ବାର କେଜ୍ରିୱାଲଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ତେବେ ଯେତେବେଳେ ଜଣେ ସାଧାରଣ ନାଗରିକ ସହଜରେ ବିଦେଶ ଯାଇପାରୁଛି, ସେତେବେଳେ ଅରବିନ୍ଦ କେଜ୍ରିୱାଲ କାହିଁକି ଯାଇ ପାରିବେ ନାହିଁ? ଲୋକମାନଙ୍କ ଦ୍ୱାରା ନିର୍ବାଚିତ ମୁଖ୍ୟମନ୍ତ୍ରୀ କାହିଁକି ବିଦେଶ ଯାଇପାରିବେ ନାହିଁ? ରାଜନୀତି ବ୍ୟତୀତ ଏହା ପଛରେ ଆଉ କ’ଣ କାରଣ ଥାଇପାରେ? ସେ କହିଛନ୍ତି, “ଯେବେଠୁ ମୁଁ ମୁଖ୍ୟମନ୍ତ୍ରୀ ହେଲାଣି, ସେବେଠାରୁ ମୁଁ ବହୁତ କ୍ୱଚିତ୍ ବିଦେଶ ଯାଇଛି। ମୁଁ ମାତ୍ର ଥରେ କି ଦୁଇ ଥର ବିଦେଶ ଯାଇଛି। ଯେତେବେଳେ ଦେଶର ପ୍ରଗତି ବିଷୟରେ ଆଲୋଚନା ହେଉଛି, ଦେଶର ନାଁ ଆଗକୁ ବଢ଼ୁଛି, ବିଶ୍ବ ଆମ ଦେଶ ବିଷୟରେ କଥା ହେବାକୁ ଚାହୁଁଛି, ସେତେବେଳେ ମୁଁ ଭାବୁଛି ବିରୋଧୀ ଦଳ ରାଜନୀତି ଛାଡି ଏକଜୁଟ ହେବା ଉଚିତ୍।

ସେପଟେ ପ୍ରୋଟୋକଲ୍’ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସମେତ କୌଣସି ମନ୍ତ୍ରୀଙ୍କୁ ସରକାରୀ ବିଦେଶ ଯାତ୍ରା ପାଇଁ ଗୃହ ମନ୍ତ୍ରାଳୟର ଅନୁମତି ନେବାକୁ ପଡେ ଏବଂ ଉପରାଜ୍ୟପାଳଙ୍କ କାର୍ୟ୍ୟାଳୟ ଜରିଆରେ ଅନୁମୋଦନ ପାଇଁ ଫାଇଲ ଗୃହ ମନ୍ତ୍ରାଳୟକୁ ପଠାଯାଏ। ଜୁନରେ ସିଙ୍ଗାପୁରର ହାଇ କମିଶନର ସାଇମନ୍ ୱଙ୍ଗ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ସିଙ୍ଗାପୁରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଗ୍ରହଣ କରିଥିଲେ।

Related Posts