ଉଦ୍ଧବ ଠାକରେଙ୍କୁ ଲାଗିପାରେ ପୁଣି ଏକ ଝଟକା, ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ଦଳର ୧୪ ସାଂସଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଏହି କ୍ରମରେ ପ୍ରଥମେ ବିଧାୟକ ଆଉ ବର୍ତ୍ତମାନ ସାଂସଦ ମାନେ ଉଦ୍ଧବଙ୍କ ହାତ ଛାଡ଼ି ସିନ୍ଦେ ଗୋଷ୍ଠୀରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟରେ ସିନ୍ଦେ ଗୋଷ୍ଠୀ ଶିବସେନାର ବୈଠକ ଡାକିଥିଲେ । ଏହି ବୈଠକରେ ଦଳର ୧୪ ସାଂସଦ ଅନଲାଇନ ଜରିଆରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ନିର୍ବାଚନ ପରେ ଏହି ସମସ୍ତ ସାଂସଦ ସିନ୍ଦେଙ୍କୁ ସମର୍ଥନ ଦେବାର କଥା କହିଥିବା ସୂଚନା ମିଳିଛି।

ତେବେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ୧୪ ଜଣ ଶିବସେନା ସାଂସଦଙ୍କୁ ନେଇ ଦିଲ୍ଲୀ ଗସ୍ତ କରିବେ । ସେଠାରେ ସେମାନେ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବେ । ଏହି ସାକ୍ଷାତକାର ପରେ ଆସନ୍ତାକାଲି ସେମାନେ ପ୍ରେସମିଟ କରି ବିଧିବଦ୍ଧ ଭାବରେ ସିନ୍ଦେ କ୍ୟାମ୍ପରେ ଯୋଗ ଦେବନେଇ ସୂଚନା ମିଳିଛି।

Related Posts