ଦେଶକୁ ଭାରତର ସବୁ ଟ୍ରେନ ବନ୍ଦ କଲା ପାକିସ୍ତାନ

ସତ୍ୟପାଠ ବ୍ୟୁରୋ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଏକତରଫା ନିଷ୍ପତି ନେଉଛି । ସମଝୌତା ଏକ୍ସପ୍ରେସକୁ ବନ୍ଦ କରିବା ପରେ ଏବେ ‘ଥର’ ଏକ୍ସପ୍ରେସ ବି ବନ୍ଦ କରିଛି । ଭାରତ ସହ କୌଣସି ପ୍ରକାର ବାଣିଜ୍ୟକ ବ୍ୟବସାୟ କରିବାକୁ ମନା କରି ଦେଇଥିବା ପାକିସ୍ତାନ ନିଜ ଦେଶରେ ଭାରତୀୟ ଫିଲ୍ମ ପ୍ରସାରଣ ମଧ୍ୟ ବନ୍ଦ କରିଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଗମନାଗମନ ସୁବିଧା କରାଏ ଦୁଇଟି ଟ୍ରେନ । ଗୋଟିଏ ସମଝୌତା ଏକ୍ସପ୍ରେସ ଆଉ ଗୋଟିଏ ଥର । ପାକ୍ ତରଫରୁ ସମଝୌତାକୁ ପ୍ରଥମେ ବ୍ୟାନ କରାଯାଇଥିଲା । ଗୁରୁବାର ଏହି ସୂଚନା ପାଇ ଅଟାରୀ ଷ୍ଟେସନରେ ଟ୍ରେନ ଛାଡି ନିଜ ଦେଶକୁ ପଳାଇଥିଲେ ପାକିସ୍ତାନୀ ଡ୍ରାଇଭର ଓ ଗାର୍ଡ । ପରେ ଭାରତ ତରଫରୁ ଇଂଜିନ , ଡ୍ରାଇଭର ଓ ଗାର୍ଡ ଯାଇ ଟ୍ରେନକୁ ରାତି ୧ଟାରେ ଅଟାରୀରୁ ଦିଲ୍ଲୀ ଯାଏଁ ଅଣାଯାଇଥିଲା ।

ଏବେ ଥର ଏକ୍ସପ୍ରେସକୁ ବି ବନ୍ଦ କରିଛି ପାକିସ୍ତାନ । ଫଳରେ ଭାରତ ଓ ପାକିସ୍ତାନ ଭିତରେ ରେଳପଥରେ କୌଣସି ଯୋଗାଯୋଗ ସମ୍ଭବ ନୁହେଁ । ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ପ୍ରେସରିଲିଜ ଜାରୀ କରାଯାଇଛି । ପାକିସ୍ତାନ ଏକତରଫା ନିଷ୍ପତି ନେବା ବନ୍ଦ କରିବାକୁ ଏଥିରେ କୁହାଯାଇଛି । ଧାରା ୩୭୦ ଉଚ୍ଛେଦ ଭାରତର ଅନ୍ତରୀଣ ମାମଲା ଓ ପାକିସ୍ତାନ ଏଥିପାଇଁ ବିଚଳିତ ନହେବା ପାଇଁ କୁହାଯାଇଛି ।

Related Posts