ଜମ୍ମୁ କାଶ୍ମୀରରେ ପୁଣି ଉଡ଼ିଲା ପାକିସ୍ତାନ ଡ୍ରୋନ: ଗୁଳି କରି ଖସାଇଲେ ସୁରକ୍ଷାବାହିନୀ

ଶ୍ରୀନଗର: ଜମ୍ମୁ କାଶ୍ମୀର କାଠୁଆ ଜିଲ୍ଲାରେ ଭାରତ ସୀମାରେ ଉଡ଼ିଲା ପାକିସ୍ତାନ ଡ୍ରୋନ । ଯାହାକୁ ଗୁଳି କରି ଖସାଇଛନ୍ତି ପୋଲିସ । ଏଥିସହ ସର୍ଚ୍ଚ ଅପରେସନ ଜାରି ରହିଛି । ପାକର ଏକ ବଡ ଧରଣର ଯୋଜନା ପଣ୍ଡ ହୋଇଛି ।

ସୂଚନାଅନୁସାରେ, ପୋଲିସ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ଏହି ସମୟରେ ତାଲି ହରିୟା ଚକ ଅଞ୍ଚଳରେ ରାଡବାଗ ପୋଲିସ ଷ୍ଟେସନରେ ଡ୍ରୋନ ଦେଖିବାକୁ ମିଳିଥିଲା । ଏହି ସମୟରେ ସର୍ଚ୍ଚ ଅପରେସନରେ ଥିବା ପୋଲିସ ଟିମ ଡ୍ରୋନଟିକୁ ଗୁଳି କରି ଖସାଇଥିଲେ । ଡ୍ରୋନଟିରେ ପେଲୋଡ ଲାଗିଥିଲା । ଏହାକୁ ବୋନା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ଏହାକୁ ଡ୍ରୋନରୁ ଖସା ଯାଇଥିବା ପୋଲିସ ମୁଖପାତ୍ର କହିଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶ ପାଇଁ କ୍ଷତି ପହଞ୍ଚାଉଛି । ଯାହା ଫଳରେ ଭାରତରେ ସ୍ଲମଗଲଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଡ୍ରୋନ ଗୁଡିକ ଭାରତରେ ଚଳପ୍ରଚଳ କରିବା ଦ୍ବାରା ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି ।

Related Posts