
(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଭାରତରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବରେ ବଡୁଥିବା ବେଳେ ଏଥିଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଡୁଛି । ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ପଡୋଶୀ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ବିଶ୍ୱକୁ ସଙ୍କଟରେ ପକାଉଥିବା କରୋନା ସଂକ୍ରମଣ ବିରୋଧରେ ଏକାଠି ଲଢିବା ବୋଲି ଇମ୍ରାନ ଖାନ ଟ୍ୱଟିକରି କହିଛନ୍ତି । କରୋନାର ଏକ ବିପଦ ପୂର୍ଣ ଲହରୀ ସହିତ ଯୁଦ୍ଧ କରୁଥିବା ଭାରତର ଲୋକ ମାନଙ୍କ ସହିତ ଆମର ଏକତା ପ୍ରକାଶ କରିଛନ୍ତି । ଶନିବାର ଦିନ କେନ୍ଦ୍ର ଦେଈଥିବା ସ୍ୱାତ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାଇ ୩,୪୬,୭୮୬ ଜଣ କରୋନ ଚିହ୍ନଟ ହୋଇଥିବା ବେଳେ ବିଶ୍ୱରେ ଭାରତରେ ଦିନିକିଆ ସଂକ୍ରମଣ ରେକର୍ଡ ହୋଇଛି । ଚିକିତ୍ସାଧିନ ଥିବା ଆକ୍ରାନ୍ତ ଶୀଘ୍ର ସୁସ୍ଥ ହୋଇଯାଉନ୍ତୁ ବୋଲି ପାର୍ଥନା କରୁଛୁ ବୋଲି ସେ ଟ୍ୱଇଟରେ କହିଛନ୍ତି ।
ପାକିସ୍ଥାନ ବୈଦଶିକ ମନ୍ତ୍ରୀ ଶାହା ମେହମୁଦ୍ କ୍ୟୁରେସି ମଧ୍ୟଭାରତକୁ ସମବେଦନା ଜଣାଇଛନ୍ତି । ଏଭଳି ପରିସ୍ଥିତିରେ ସଭିଏଁ ରାଜନୀତିରୁ ଉର୍ଦ୍ଧରେ ରହି ସମସ୍ତେ ଏକାଠି ହୋଇ ଲଢିବାକୁ ସେ କହିଛନ୍ତି ।