ପଂଚାୟତ ନିର୍ବାଚନ ଫଳାଫଳ: ଆଜି ଭୋଟ ଗଣତିର ତୃତୀୟ ଦିନ

ପଂଚାୟତ ନିର୍ବାଚନ ପରେ ଏବେ ରାଜ୍ୟରେ ଚାଲିଛି ଭୋଟ ଗଣତି | ଆଜି ଭୋଟ ଗଣତିର ତୃତୀୟ ଦିନ | ଆଜି ସାରା ରାଜ୍ୟର ଫଳାଫଳ ଆସିବ | ପରେ ଏନେଇ ସ୍ପଷ୍ଟ ହୋଇଯିବ ଯେ କିଏ କେଉଁଠି ଅଧ୍ୟକ୍ଷ ପଦ ଦଖଲ କରିବ | ଭୋଟ୍ ଗଣତିର ପ୍ରଥମ ଦୁଇ ଦିନରେ ବିଜେଡି ସଫଳତାର ଶିଖର ଛୁଇଁ ଥିବ ବେଳେ, ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନରେ ଗଣତି ହୋଇଥିଲା । ସେଥିରୁ ବିଜେଡି ୨୮୨ ଆସନରେ ବିଜୟୀ ହୋଇଛି । ବିଜେପିକୁ ମିଳିଛି ୧୫ଟି ଆସନ । କଂଗ୍ରେସ ଜିତିଛି ୧୪ଟି ଜିଲ୍ଲା ପରିଷଦ ଜୋନରେ । ସେହିପରି ସ୍ୱାଧୀନକୁ ମିଳିଛି ୨ଟି ଏବଂ ଅନ୍ୟାନ୍ୟ ଦଳ ଦୁଇଟି ଆସନ ଅକ୍ତିଆର କରିଛନ୍ତି ।

ଦ୍ୱିତୀୟ ଦିନରେ ୩୦୬ ଜୋନରେ ଗଣତି ହୋଇଥିଲା । ରାତି ୧୧ଟା ସୁଦ୍ଧା ୮୦ଟି ଜିଲ୍ଲା ପରିଷଦ ଜୋନରେ ରେଜଲ୍ଟ ଆସିଥିଲା । ସେଥିରୁ ବିଜେଡି ୭୧ଟି, ବିଜେପି ୨ଟି ଏବଂ କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛି । ତେବେ ଟ୍ରେଣ୍ଡକୁ ବିଚାର କଲେ ପ୍ରଥମ ଦୁଇ ଦିନରେ ୫୫୩ ଆସନରେ ବିଜେଡି ଆଗୁଆ ରହିଛି । ୩୧ ଆସନରେ ବିଜେପି, କଂଗ୍ରେସକୁ ୨୯, ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ ରହିଛି । ଆଜି ଭୋଟ୍ ଗଣତିର ଶେଷ ଦିନ ।

ମୋଟ୍ ୮୫୧ ଆସନର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ । ଏହାପରେ କେଉଁ ଦଳ କେତେ ଆସନ ମିଳିଲା ତାହା ସ୍ୱଷ୍ଟ ହୋଇଯିବ | ମୋଟ ୮୫୧ ଜିଲ୍ଲା ପରିଷଦ ଜୋନରୁ ୫୫୩ରେ ବିଜେଡି ଆଗୁଆ ରହିଛି । ଯେତେବେଳେ କି ବିଜେପି ଓ କଂଗ୍ରେସ ୫୦ ଆସନ ବି ଡେଇଁ ପାରିନାହାନ୍ତି। ବିଜେପି ୩୧, କଂଗ୍ରେସ ୨୯, ଅନ୍ୟାନ୍ୟ ୭ ଟି ଆସନରେ ଆଗୁଆ ଅଛନ୍ତି । ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ଦିନରେ ବିଜେଡି ତାର ବିଜୟ ଧାରା ଜାରି ରଖିଥିଲା। ଚାରିଆଡ଼େ ବିଜେଡିର ସୁନାମି ଦେଖାଦେଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବହୁ ପଛରେ ପଡ଼ିଯାଇଛନ୍ତି।

ନିର୍ବାଚନ ଫଳାଫଳ ପରେ ଗ୍ରାଉଣ୍ଡରେ ଶଙ୍ଖନାଦ ହେଉଛି । ବାଣ ଫୁଟୁଛି, ଶୋଭାଯାତ୍ରା ବାହାରୁଛି। ପ୍ରାର୍ଥୀ କର୍ମୀ ଏବେ ବିଜୟ ବାନା ଉଡ଼ାଉଛନ୍ତି। ସାରାରାଜ୍ୟର ସବୁ କାଉଣ୍ଟିଂଙ୍ଗ ସେଣ୍ଟରରେ କେବଳ ବିଜେଡିର ବିଜୟ ବାନା ହିଁ ଦେଖାଦେଉଛି। ସବୁଠି ନବୀନ ବାହିନୀ ନିଜର ଦବଦବା ଦେଖାଇଛି।

Related Posts