ଦୀର୍ଘ ଦୁଇମାସ ପରେ ତୁଟିଲା କଳି: ଏକାଠି ସାମ୍ନାକୁ ଆସିଲେ କ୍ୟାପଟେନ-ସିଦ୍ଧୁ

amarinder singh

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦିନକୁ ଦିନ ପଞ୍ଜାବ ରାଜନୀତିରେ ଭିନ୍ନ ଭିନ୍ନ ମୋଡ ଦେଖିବା ପାଇଁ ମିଳୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ନବ ନିଯୁ୍‌କ୍ତ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଦୀର୍ଘ ଦୁଇମାସ ଧରି ଚାଲୁଥିବା ବାକ ଯୁଦ୍ଧର ଅବସାନ ଘଟିଲା ଭଳି ଲାଗୁଛି । ତେବେ ଆଜି ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ । ସବୁଠାରୁ ରୋଚକ କଥାଟି ହେଉଛି ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନନ୍ଦର ସିଂହ ସମସ୍ତ କଂଗ୍ରେସ ବିଧାୟକଙ୍କ ସହିତ ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ ଭବନରେ ଚା’ ପାର୍ଟି ପାଇଁ ଡାକିଛନ୍ତି । ଅନ୍ୟପଟେ ଜଣେ ସଫଳତମ କ୍ରିକେଟରରୁ ଜଣେ ରାଜନେତା ପାଲଟିଥିବା ସିଦ୍ଧୁ କିଛି ସମୟ ପୂର୍ବରୁ ପଞ୍ଜାବ ଭବନରେ ପହଞ୍ଚିଥିଲେ । ଦୀର୍ଘ ଦୁଇ ମାସର ବାକ ଯୁଦ୍ଧ ପରେ ଉଭୟ ଏକାଠି ହୋଇଥିବାର ଦେଖିବା ପାଇଁ ମିଳିଛି । ସିଦ୍ଧୁଙ୍କ ପୂର୍ବରୁ ସୁନୀଲ ଜାଖର ପଞ୍ଜାବ କଂଗ୍ରେସର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଅପରିପକ୍ଷେ ସିଦ୍ଧୁ ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଥିବାର ଖବର ସାମ୍ନାକୁ ଆସିଛି । ତେବେ ମୋର କୌଣସି ବ୍ୟକ୍ତିଗତ ଏଜେଣ୍ଡା ନାହିଁ, କେବଳ ଲୋକ ସମର୍ଥକ ଏଜେଣ୍ଡା । ତେଣୁ ଆମର ପଞ୍ଜାବ କଂଗ୍ରେସ ପରିବାରର ଜ୍ୟୋଷ୍ଠ ଭାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଏବଂ ଚଉଉ ର ନୂତନ ଦଳକୁ ଆଶୀର୍ବାଦ କରିବା ପାଇଁ ନିବେଦନ କରୁଛି । ଅନ୍ୟପଟେ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଯେପର୍ଯ୍ୟନ୍ତ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରି ନାହାଁନ୍ତି ସେ ପର୍ଯ୍ୟନ୍ତ ସିଦ୍ଧୁଙ୍କୁ ଭେଟିବାକୁ ମନା କରିଦେଇଥିଲେ । କିନ୍ତୁ ପାର୍ଟ ହାଇକୋମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ କ୍ୟାପଟେନ ଏହି ସମାରୋହରେ ଅଂଶଗ୍ରହଣ କରିବାକୁ ରାଜି ହୋଇଛନ୍ତି ।

Related Posts