ଘୋଷଣା ହେଲା ଓଡ଼ିଶା କଂଗ୍ରେସର ଇସ୍ତାହାର କମିଟି, ଶ୍ରୀକାନ୍ତଙ୍କ ସ୍ଥାନରେ ଗଣେଶ୍ବର ଅଧ୍ୟକ୍ଷ

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର କମିଟି ଘୋଷଣା ହୋଇଛି । ଗଣେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଘୋଷିତ ହୋଇଛି । ଇସ୍ତାହାର କମିଟିକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଅନୁମୋଦନ କରିଛନ୍ତି । ଶ୍ରୀକାନ୍ତ ଜେନାଙ୍କୁ ହଟାଇ ଗଣେଶ୍ବର ବେହେରାଙ୍କୁ ଅଧ୍ୟକ୍ଷ କରାଯାଇଛି ।

କମିଟିରେ ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ ସଦସ୍ୟ ରହିଛନ୍ତି । ଅନ୍ୟ ସଦସ୍ୟମାନେ ହେଲେ ଶ୍ୟାମସୁନ୍ଦର ହାଁସଦା, ମ୍ୟାରୀ ସୁରୀନ୍‌, ନଟବର ଖୁଣ୍ଟିଆ, ଲିଆକତ ଅଲି ଓ ସତ୍ୟପ୍ରକାଶ ନାୟକ । ଇସ୍ତାହାର କମିଟିର ଆବାହକ ହୋଇଛନ୍ତି ବିସ୍ମୟ ମହାପାତ୍ର ।

Related Posts