ଅଭିଭାବକଙ୍କୁ ଘାରିଲା କରୋନା ସଂକ୍ରମଣ ଚିନ୍ତା: ସପ୍ତାହ ମଧ୍ୟରେ ଦିଲ୍ଲୀ ଉପକଣ୍ଠ ଏକାଧିକ ସ୍କୁଲରେ ୨୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଏବେ କରୋନାର ଦୈନିକ ସଂକ୍ରମଣ ହାର ତଳମୁହାଁ ରହିଛି | ଫଳରେ କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି, ସ୍ୱାଭାବିକ ହେବାରେ ଲାଗିଛି ଜୀବନ ଜାପାନ | ଏହାରି ମଧ୍ୟରେ କରୋନା ପ୍ରଭାବରେ ବେଶୀ ପ୍ରଭାବିତ ହୋଇଥିବା ଶିକ୍ଷାବ୍ୟବସ୍ଥା କୁ ପୁଣି ଥରେ ସୄଧୁଡ଼ କରିବା ପାଇଁ ଖୋଲିଚି ସ୍କୁଲ ଓ କଲେଜ | ପିଲାମାନେ ପୂର୍ବ ପରି ସ୍କୁଲ ଯାଇ ପାଠପଢା କରୁଛନ୍ତି | ତେବେ ଏହାରି ମଧ୍ୟରେ ଏବେ କରୋନା ଶିଶୁଙ୍କୁ ଟାର୍ଗେଟ କରୁଥିବା ଦୃଷ୍ଟିଗୋଚର ହେଉଛି ।

ରାଜଧାନୀ ଦିଲ୍ଲୀ ଉପକଣ୍ଠରେ କରୋନା ସଂକ୍ରମଣ ଅଭିଭାବକମାନଙ୍କର ଚିନ୍ତା ବଢ଼ାଇ ଦେଇଛି । କାରଣ ଏକ ସପ୍ତାହ ମଧ୍ୟରେ ଏକାଧିକ ସ୍କୁଲରେ ୨୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଲୋକଙ୍କ ମନରେ କରୋନାର ୪ର୍ଥ ଲହର ନେଇ ଚିନ୍ତାଜାତ ହୋଇଛି ।

ଗାଜିଆବାଦ୍ ପରେ ନୋଏଡାରେ କରୋନା ବ୍ୟାପିବା ଆରମ୍ଭ ହୋଇଯାଇଛି । ନୋଇଡାର ଡିପିଏସ୍ ସ୍କୁଲରେ ୮ ଜଣ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଛି । ଏଥି ସହିତ ଘରୋଇ ସ୍କୁଲରେ ପଢୁଥିବା ୨୬ ଜଣ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ଗାଜିଆବାଦ୍‌ର ସେଣ୍ଟ ଫ୍ରାନ୍ସିସ ସ୍କୁଲ ଓ କେଆର ମଙ୍ଗଲମ ସ୍କୁଲରୁ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ତେବେ ଦେଶରେ କରୋନା ସଂକମ୍ରଣ ନିମ୍ନଗାମୀ ହେଉଥିବା ବେଳେ ଘରୋଇ ସ୍କୁଲରେ ପିଲମାନେ କୋଭିଡ ପଜିଟିଭ ଚିହ୍ନଟ ହେବା ନେଇ ଅଭିଭାବକମାନଙ୍କର ଚିନ୍ତା ବଢ଼ାଇ ଦେଇଛି ।

Related Posts