ସଂସଦ କୌଣସି ସରକାର, ରାଜନୈତିକ ଦଳ ବା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଂପତ୍ତି ନୁହେଁ: କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀଙ୍କ ମୋଦି ଆଜି ନୂଆ ସାଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ର ଉନ୍ମୋଚନ କରିଥିଲେ । ତେବେ ଏହି କାର୍ୟ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି । ବିରୋଧୀ ଦଳ ସାଂସଦମାନଙ୍କୁ ଏହି କାର୍ୟ୍ୟକ୍ରମକୁ ଡକାଯାଇନଥିବାରୁ କଂଗ୍ରେସ ଏହାକୁ ସମାଲୋଚନା କରିଛି । କଂଗ୍ରେସ ନେତା ସଂଦୀପ ଦିକ୍ଷିତ କହିଛନ୍ତି ଯେ ଏକ ନୂଆ ସଂସଦ ଭବନ ନିର୍ମାଣ ହେଉଛି ତାହା ଭଲ କଥା । କିନ୍ତୁ ସଂସଦ କୌଣସି ସରକାର, ରାଜନୈତିକ ଦଳ ବା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଂପତ୍ତି ନୁହେଁ । ସଂସଦ ସଂପର୍କିତ ଯେକୌଣସି କାର୍ୟ୍ୟକ୍ରମକୁ ବିରୋଧୀ ଦଳ ନେତାମାନଙ୍କୁ ଡକାଯିବା ଉଚିତ । ଗଣତନ୍ତ୍ର ରେ ବିରୋଧୀ ମାନଙ୍କର ସ୍ଵତନ୍ତ୍ର ସ୍ଥାନ ରହିଛି ବିରୋଧୀ ଦଳ ମାନଙ୍କୁ ଏହି ଉଦ୍ଘାଟନ କୁ ଡକା ନଯିବା ଦୁର୍ଭାଗ୍ୟଜନକ ବୋଲି ସନ୍ଦୀପ ଦୀକ୍ଷିତ କହିଛନ୍ତି ।

ପ୍ରାୟ ୯୭୧ କୋଟି ଟଙ୍କା ବିନିମୟରେ ନିର୍ମିତ ସଂସଦ ଭବନ ଚଳିତ ବର୍ଷ ସଂସଦର ଶୀତ ଅଧିବେଶନ ପୂର୍ବରୁ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଏହାର ନିର୍ମାଣ କାର୍ୟ୍ୟ ୨୦୨୧ ଜାନୁଆରିରେ ଆରମ୍ଭ ହୋଇଥିଲା।ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଆଜି ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ ସଂସଦ ଭବନ ନିର୍ମାଣରେ ସାମିଲ ଥିବା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଥିଲେ ମୋଦି । ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି ।

Related Posts