ଢେଙ୍କାନାଳ କାମାକ୍ଷାନଗର ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ଆହତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟରେ ଘଟିଛି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି । ଯାହାଫଳରେ ଏହି ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ରୋନୀ ନାମକ ଏକ ବସ୍‌ ରାଉରକଲୋରୁ ଯାତ୍ରୀ ନେଇ ଯାଜପୁର ଅଭିମୁଖେ ଯାଉଥିଲା । ହେଲେ ଜାତୀୟ ରାଜପଥ ୧୪୯ ଭେଜିଆ ଶିବ ମନ୍ଦିର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ ଗାଡିରେ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Posts