ଲୋକଙ୍କୁ ଭ୍ରମିତ କରୁଛି ପତଞ୍ଜଳିର ବିଜ୍ଞାପନ: ସରକାରଙ୍କ କଡା ନଜର

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ସାମଗ୍ରୀ ଆରମ୍ଭ ହେବା ଦିନଠୁ ବେଶ ଚର୍ଚାରେ ରହି ଆସୁଛି | ସାମଗ୍ରୀର ଶୁଦ୍ଧତାକୁ ନେଇ କମ୍ପାନୀ ପାଖରୁ ଦାବି ହୋଇଆସୁଥିବା ବେଳେ, ଏବେ ଅନେକ ବିଜ୍ଞାପନ ଲୋକଙ୍କୁ ଭ୍ରମିତ କରୁଛି ବୋଲି ଅଭିଯୋଗ ଆସିଛି । କମ୍ପାନୀର ବିଭିନ୍ନ ସାମଗ୍ରୀ ଶରୀରକୁ ସୁସ୍ଥ ରଖିବ ବୋଲି ଦାବି ହେଉଛି । ଏବେ ଏହି ସବୁ ସାମଗ୍ରୀ ଉପରେ ସରକାର ନଜର ରଖିଛନ୍ତି । ଏହାସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛନ୍ତି ।

ସୂଚନାନୁସାରେ, ଆୟୁଷ ମନ୍ତ୍ରାଳୟକୁ ଅନେକ ଅଭିଯୋଗ ଆସିଥିଲା । କମ୍ପାନୀର କିଛି ବିଜ୍ଞାପନରେ ହୃଦୟ, ଯକୃତ ସୁସ୍ଥ ରହିବ ବୋଲି ଦର୍ଶାଯାଇଥିଲା । ତେବେ ଏହାକୁ ବିରୋଧ କରି କିଛି ବ୍ୟକ୍ତି ଅଭିଯୋଗ କରିଥିଲେ । ଏହି ସବୁ ସାମଗ୍ରୀକୁ ଫେରସ୍ତ ପାଇଁ ଦାବି କରିଥିଲେ ।

ମଙ୍ଗଳବାର କେରଳର ଏସ ବାବୁ ନାମକ ଜଣେ ସୂଚନା ଅଧିକାର କର୍ମୀ ଏନେଇ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ପତଞ୍ଜଳିର ଏକ ସାମଗ୍ରୀ ଯକୃତ ସୁସ୍ଥ ରଖିବା ସହ ମେଦ ବହୁଳତା କମାଇବ ବୋଲି ଦାବି କରିଥିଲା । ବିଭିନ୍ନ ଖବର କାଗଜରେ ଏନେଇ ବିଜ୍ଞାପନ ଜାରି ଛପା ଯାଇଥିଲା । ଏପରି ଭାବେ କମ୍ପାନୀ ଧାରା ୩ର ଉଲ୍ଲଙ୍ଘନ କରିଛି । ଏହାପରେ ଆୟୁଷ ମନ୍ତ୍ରାଳୟ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

ମନ୍ତ୍ରାଳୟ କହିଛି ଯେ, ନ୍ୟାଶନାଲ ଫାର୍ମା କୋ ଭିଜିଲାନ୍ସ ସେଣ୍ଟର ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ପତଞ୍ଜଳି ଉତ୍ପାଦର ବିଜ୍ଞାପନ ଉପରେ ନଜର ରଖିଛନ୍ତି । କର୍ଣ୍ଣାଟକ ଓ ରାଜସ୍ଥାନର ଅଧିକାରୀଙ୍କୁ ତଦନ୍ତ ପାଇଁ କୁହାଯାଇଛି |

Related Posts