ଯୋଗ ଗୁରୁ ବାବା ରାମଦେବଙ୍କ ବଡ ଘୋଷଣା; ଆସନ୍ତା ୫ବର୍ଷ ରେ ୫ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ପତଞ୍ଜଳି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯୋଗ ଗୁରୁ ବାବା ରାମଦେବ ଏକ ବଡ ଘୋଷଣା କରିଛନ୍ତି। ଆଜି ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ପତଞ୍ଜଳି । ରାମଦେବ କହିଛନ୍ତି ଯେ ପତଞ୍ଜଳିର ଲକ୍ଷ୍ୟ ହେଉଛି ଏକ ଲକ୍ଷ କୋଟି ଟଙ୍କାର କାରବାର। ରାମଦେବ କହିଛନ୍ତି ଯେ, ଆଗାମୀ ସମୟରେ ସେ ଚାରୋଟି କ୍ଷେତ୍ରରେ କାମ କରିବେ । ଏହା ହେଉଛି ପତଞ୍ଜଳି ଆୟୁର୍ବେଦ, ପତଞ୍ଜଳି ମେଡିସିନ୍, ପତଞ୍ଜଳି ୱେଲନେସ ଏବଂ ପତଞ୍ଜଳି ଜୀବନ ଶୈଳୀ । ରାମଦେବ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ମୁଖ୍ୟ ସ୍ରୋତ ଗଣମାଧ୍ୟମ ଖୋଲିବାର ତାଙ୍କର ଉଦ୍ଦେଶ୍ୟ ନାହିଁ, କିନ୍ତୁ ଦେଶର ସାଂସ୍କୃତିକ-ଧାର୍ମିକ ଗଣମାଧ୍ୟମର ନେତୃତ୍ୱ ହେଉଛି ପତଞ୍ଜଳି ବୋଲି ସେ କହିଛନ୍ତି।

ରାମଦେବ ଆହୁରି କହିଛନ୍ତି ଯେ, ଆମେ ପ୍ରାୟ ଏକ ଲକ୍ଷ ବିଦ୍ୟାଳୟକୁ ଭାରତୀୟ ଶିକ୍ଷା ବୋର୍ଡ ସହିତ ଯୋଡିବାକୁ ଯାଉଛୁ। ଏହା ଶିକ୍ଷା କ୍ଷେତ୍ରରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଚିକିତ୍ସା କ୍ଷେତ୍ରରେ, ପ୍ରଥମେ ପତଞ୍ଜଳି ୱେଲନେସର ଏକ ହଜାର ଆଇପିଡି-ଓପିଡି ତାପରେ ପାଞ୍ଚ-ଦଶ ହଜାର ଏବଂ ଏକ ଲକ୍ଷ ପତଞ୍ଜଳି ୱେଲନେସ ସେଣ୍ଟର ଦେଶ ତଥା ବିଶ୍ବରେ ପ୍ରତିଷ୍ଠା ହେବ ବୋଲି ସେ ଘୋଷଣା କରିଛନ୍ତି ।

Related Posts