ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ବରଜିନ୍ଦର ସିଂ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବର ପଟିଆଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଗତକାଲି ଏହି ହିଂସାକାଣ୍ଡ ସାମ୍ପ୍ରଦାୟିକ ନୁହେଁ ବରଂ ରାଜନୈତିକ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି । ଏହା ମଧ୍ୟରେ ପଟିଆଲା ହିଂସାର ମାଷ୍ଟରମାଇଣ୍ଡ ବରଜିନ୍ଦର ସିଂ ପରୱାନଙ୍କୁ ପଞ୍ଜାବ ପୁଲିସ ଗିରଫ କରିଥିବାର କଥା ସାମ୍ନାକୁ ଆସିଛି । ପୁଲିସ ରବିବାର ତାଙ୍କୁ କୋର୍ଟରେ ହାଜର କରିବ । ଅନ୍ୟପଟେ ପଞ୍ଜାବ ପୁଲିସ ଖଲିସ୍ତାନ ବିରୋଧି ମାର୍ଚ୍ଚକୁ ନେଇ ହୋଇଥିବା ହିଂସାରେ କଥିତ ଭାବରେ ସାମିଲ ଥିବା ଅନ୍ୟ ୨ ଜଣକୁ ଗିରଫ କରିଥିଲା ।

ଏହା ସହ ଘଟଣା ପଛରେ ଅପରାଧିକ ପୃଷ୍ଠଭୂମି ବାଲା ରାଜପୁରା ନିବାସୀଙ୍କୁ ଚିହ୍ନଟ କରାଯାଇଥିଲା । ପୁଲିସ ଦଳଜିତ ସିଂ ଓ କୁଲଦିସ ସିଂ ନାମକ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଶୁକ୍ରବାର ହୋଇଥିବା ହିଂସାର କିଛି ଘଣ୍ଟା ପରେ ପୁଲିସ ବିନା ଅନୁମତିରେ ରାଲି ବାହର କରିବାକୁ ନେଇ ହିଂସାକୁ ଉସକାଉଥିବା ଅଭିଯୋଗରେ ହରିଶ ସିଙ୍ଗଲାଙ୍କୁ ଗିରଫ କରିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts